“କ୍ରିଷ୍ଣା ରାଜ ଯୁବ ସଂଗଠନ” ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୮୧ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର/କ୍ରାନ୍ତିକ୍ଷେତ୍ର : (ରଞ୍ଜିତ ପ୍ରଧାନ) ବ୍ରହ୍ମପୁର ସହର ଲାଞ୍ଜିପଲି ସ୍ଥିତ ମା’ ତାରା ଦେବୀ ପ୍ରାଙ୍ଗଣରେ ଆଜି “କ୍ରିଷ୍ଣା ରାଜ ଯୁବ ସଂଗଠନ” ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି ସେବାମୂଳକ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ-ଯୁବତୀ, ସମାଜସେବୀ ଓ ସଚେତନ ନାଗରିକମାନଙ୍କର ଉତ୍ସାହଜନକ ଭାଗୀଦାରି ପରିଲକ୍ଷିତ ହୋଇଥିଲା । ଶିବିରରେ ମୋଟ ୮୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାନ ପୂର୍ବରୁ ସମସ୍ତ ଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ, ପରେ ପ୍ରଶିକ୍ଷିତ ଡାକ୍ତରୀ ଦଳ ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶରେ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ଅବସରରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ ରକ୍ତଦାନ ହେଉଛି ସର୍ବଶ୍ରେଷ୍ଠ ମାନବ ସେବା । ଯୁବପିଢ଼ି ଏପରି ମହାନ ସେବାମୂଳକ କାର୍ଯ୍ୟରେ ସାମିଲ ହେବା ଦ୍ୱାରା ସମାଜରେ ସକାରାତ୍ମକ ସନ୍ଦେଶ ପ୍ରସାରିତ ହୁଏ ବୋଲି ମତ ପ୍ରକାଶ କରିଥିଲେ।

ଶିବିରକୁ ସଫଳ କରିବାରେ “କ୍ରିଷ୍ଣା ରାଜ ଯୁବ ସଂଗଠନ”ର ସଭ୍ୟମାନେ, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ଶେଷରେ ସମସ୍ତ ରକ୍ତଦାନକାରୀଙ୍କୁ ପ୍ରମାଣପତ୍ର ଓ ସ୍ୱାଗତ ସାମଗ୍ରୀ ପ୍ରଦାନ କରାଯାଇଥିଲା । ସଂଗଠନ ର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *