କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୁର୍ଜିମୁଣ୍ଡା ସ୍ତିତ ପ୍ରସିଦ୍ଧ ମା’ ଯୋଗମାୟା ଶକ୍ତିପୀଠରେ ପ୍ରତିଦିନ ଭିଡ଼ ପରିଲିଖିତ ହେଉଛି। ମାଁ ଙ୍କ ପୀଠର ପ୍ରାକୃତିକ ପରିବେଶ ପର୍ଯ୍ୟଟକ କୁ ଟାଣି ଆଣୁଛି। ଏଠାରେ ଥିବା ଉଦ୍ୟାନ ବୁଲି ଆନନ୍ଦିତ ହେଉଛନ୍ତି। ଆଜି କାଲିର ଆଧୁନିକ ସମୟରେ ରିଲସ ଓ ଫୋଟର ବଜାର ସରଗରମ ରହିଥିବା ଯୋଗୁଁ ଏଠାକୁ ଆସି ପର୍ଯ୍ୟଟକ ଏହିସବୁ କରି ବେଶ ଆନନ୍ଦିତ ହେଉଛନ୍ତି। ସ୍କୁଲ ଛାତ୍ରଛାତ୍ରୀ ଶିଶୁ ଉଦ୍ୟାନର ରହିଥିବା ବିଭିନ୍ନ ଖେଳ ସାମଗ୍ରୀ ସହିତ ଦୋଳିର ମଜା ନେଉଛନ୍ତି। ପାଖରେ ଥିବା ଦେବଗୁମ୍ଫା ବେଶ ଆକୃଷ୍ଠ କରୁଛି ପର୍ଯ୍ୟଟକ ଙ୍କୁ। ଏହି ସବୁ ମଧ୍ୟରେ ଆଜି ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଏକ ସେଲ୍ଫି ପଏଣ୍ଟ ଉଦଘାଟିତ କରାଯାଇଛି। କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ଟ୍ରଷ୍ଟ ଅଧ୍ୟକ୍ଷ ମୋତିଲାଲ ବଗର୍ତ୍ତି, ସମ୍ପାଦକ ଯଯାତୀ କେଶରୀ ଦେଓ ଉତକେଲା ଫାଣ୍ଡି ଅଧିକାରୀ ଏକେ. ଶତପଥୀ, କୋଷାଧ୍ୟକ୍ଷ ଅଶ୍ୱିନୀ ବିଶ୍ୱାଳ , ଟ୍ରଷ୍ଟି ନବୀନ ପ୍ରଧାନ ଉପସ୍ଥିତ ଥିଲେ।

