ଏସ୍.ବି.ଆଇ ଶାଖା ଗୋଲାମୁଣ୍ଡା ତରଫରୁ ସାଇକେଲ ବଣ୍ଟନ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦରମହକୁମା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ଆଜି ୧୦ ଜଣ ଝିଅଙ୍କୁ ସାଇକେଲ ବଣ୍ଟନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାଏକ, ଅତିରିକ୍ତ ତହସିଲଦାର ଅନୁଭବ ମହାନ୍ତି, ଗୋଲାମୁଣ୍ଡା ଶାଖା ପରିଚାଳକ ଶିତାଂଶୁ ସେଖର ମୁଣ୍ଡ ପ୍ରମୁଖ ଉପସ୍ଥିତି ରେ ୧୦ ଜଣ ଝିଅ, ପାୟଲ ଟୋଲଟିଆ, ଦେବକୀ ଟୋଲଟିଆ, ରାହାସୀ ନାଗ, ଭାରତୀ ମାଝୀ, ଅର୍ଚିତା ମାଝୀ, ସାବିତ୍ରୀ ମାଝୀ ନକଟିକାନି, ବର୍ଷା ମାଝୀ, ଆସନ୍ତି ତେଜି, ସାଇକେଲ ବଣ୍ଟନ କରିଥିଲେ। ସାଇକେଲ ପାଇ ଝିଅ ମାନଙ୍କ ମହଲରେ ଖୁସିର ଲହରି ଖେଲିଯାଉଛି। ନୂତନ ସାଇକେଲ ପାଇବା ପରେ ବିଦ୍ୟାଳୟ କୁ ପଢ଼ିବାପାଇଁ ଯିବ ପାଇଁ ସୁବିଧା ହେବବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଗୋଲାମୁଣ୍ଡା କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *