ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର(ସାମୁଏଲ ପ୍ରଧାନ) : କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି। ପ୍ରଥମେ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସାପାଗାଣ୍ଡା ସ୍ଥାନରୁ ଏହି ମଶାଲ ବାହାରି ତୁମୁଡିବନ୍ଧ ବ୍ଲକ ଓ କୋଟଗଡ଼ ବ୍ଲକ ପରିକ୍ରମା କରି ବାଲିଗୁଡ଼ା ବ୍ଲକରେ ପହଞ୍ଚି ଥିଲା। ଏହାକୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇ ସହର ପରିକ୍ରମା କରାଯାଇଥିଲା। ମୁଖ୍ୟତ ଆଦିବାସୀ କୁଟିଆ କନ୍ଧ ଜନ ଜାତିଙ୍କ ଉତ୍ପତ୍ତି ସ୍ଥଳ ବା ଆଦିବାସୀଙ୍କ ପୁରୁଷ ଓ ମହିଳା ଆବିର୍ଭାବ ହୋଇଥିଲେ ଏହି ସାପାଗାଣ୍ଡା ସ୍ଥାନରୁ ତେଣୁ ଆଦିବାସୀ ରୀତି ନିତିରେ ପୂଜାର୍ଚ୍ଚନା କରି ଉକ୍ତ ସ୍ଥାନରୁ ମଶାଲ ବାହାର କରାଯାଇ କନ୍ଧମାଳ ଜିଲ୍ଲାରେ ଥିବା ୧୨ ଟି ବ୍ଲକ କୁ ଭ୍ରମଣ କରାଇ ୭ ତାରିଖରେ ଫୁଲବାଣୀ ଠାରେ ପହଞ୍ଚି ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ କନ୍ଧମାଳ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମଶାଲ ଶୋଭାଯାତ୍ରାରେ ବାଲିଗୁଡ଼ା ପି. ଆଇଟି ଡିଏ କୃପାସିନ୍ଧୁ ବେହେରା, ବିଡ଼ିଓ ଅକ୍ଷୟ ମଲିକ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ନଗର ସାଂସଦ ପ୍ରତିନିଧି ଆଦିକନ୍ଧ ପଟ୍ଟନାୟକ, ସାମ୍ୱାଦିକ, ବୁଦ୍ଧିଜୀବୀ, ଯୁବକ ଯୁବତୀ ସାମିଲ ହୋଇଥିଲେ।
