ମ, ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ମ. ରାମପୁର ସଦର ପଞ୍ଚାୟତ ପୋଲିସପଡା ଓ୍ବାଡ ନମ୍ବର ୧୪ ରେ ପ୍ରମୋଦ କୁମାର ସାହୁଙ୍କ ଘର ସାମ୍ନାରେ ଏକ ଟ୍ରାନ୍ସଫରର୍ମର ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଯାହା ଫଳରେ ପ୍ରତି ମୂହୁର୍ତ୍ତ ରେ ବିପଦ ରହିଛି। ଏଣେ ବିଦ୍ୟୁତ ବିଭାଗ ପକ୍ଷରୁ ଖଣ୍ଡିଏ କାଠ ସାହଯ୍ୟ ରେ ଫିଉଜ ବନ୍ଧା ଯାଉଥିବାବେଳେ ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷିତ ବାଢ ନାହିଁ। ଏଣୁ ବିଭିନ୍ନ ସମୟରେ ଗାଇ ଗୋରୁ ଛେଳି ମେଣ୍ଢା ବିପଦରେ ପଡିଲେଣି, ତଥାପି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି। ତୁରନ୍ତ ବାଡ ନିର୍ମାଣ ସହିତ କାଠ ସାହାଯ୍ୟ ରେ ଫିଉ ବନ୍ଧା ଯାଇଥିବା ଫିଉଜ ତାର ସମାଧାନ କରାଯାଉ ନ ହେଳେ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ନେବୁ ବୋଲି ଘର ମାଲିକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
