ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସଭାଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ବନ୍ଦେ ମାତରଂ ଓ ୭୭ ତମ ସାଧାରଣ ତନ୍ତ୍ର ଦିବସ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲ ଦାର ମିମାସା ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟସେନ ନିଆଲ ଯୋଗଦେଇ ବନ୍ଦେ ମାତରଂ ଓ ୭୭ ତମ ସାଧାରଣତନ୍ତ୍ର ଦିବସ ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଉକ୍ତ କାର୍ଯ୍ୟକ୍ରମ ହେବା ପାଇଁ ବିଭିନ୍ନ ପ୍ରସ୍ତାବ ନେଇ ଉପରେ ଆଲୋଚନା କରିଥିଲେ। ଏଥିରେ ମଦନପୁର ରାମପୁର ମହାବିଦ୍ୟାଳୟର ଅଧ୍ୟାପକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରାଣୀ ସମ୍ପଦ ଅଧିକାରୀ, ବିଦ୍ୟୁତ ବିଭାଗ ଆଦି ସମସ୍ତ ବିଭାଗ ଯୋଗ ଦେଇ ନିଜ ନିଜ ମତାମତ ଦେଇଥିଲେ।
