ଭୁତକୋଠି ପାଲଟିଛି ଅବକାରୀ ବିଭାଗର କାର୍ଯାଳୟ

ରାୟଗଡା/କ୍ରାନ୍ତିକ୍ଷେତ୍ର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଥିବା ଦେବଗିରି ଯିବା ରାସ୍ତା ପାର୍ଶରେ ଅବକାରୀ ବିଭାଗର କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ନିର୍ମାଣ ହୋଇ କି ଆଜି ପ୍ରଯ୍ୟନ୍ତ ଏହି କାର୍ଯ୍ୟାଳୟରେ କୌଣସି ଅବକାରୀ ବିଭାଗର କର୍ମଚାରୀ ମାନେ ରହୁନାହାନ୍ତି। ଯାହା ଫଳରେ କାର୍ଯ୍ୟାଳୟର ଚତୁପାର୍ଶରେ ଲଟା, ବୁଦା, ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ପଡିରହି ଭୁତକଠି ପାଲଟିଛି, ଏହି କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଅଟକଳ ମୂଲ୍ୟ ବ୍ୟୟବରାଦ କରି ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପକ୍ଷରୁ କଠା ନିର୍ମାଣ ପାଇଁ ଟେଣ୍ଡର ମଧ୍ୟମରେ ଠିକାଦାର ଙ୍କୁ କଠା ନିର୍ମାଣ ପାଇଁ ଦିଆଗଲା, କଠା ନିର୍ମାଣ ହୋଇ ବର୍ଷ ବର୍ଷ ସଂଖ୍ୟା ବିତିଯାଇଥିଲେ ମଧ୍ୟ ଅବକାରୀ ବିଭାଗର କୌଣସି କର୍ମଚାରୀ କାର୍ଯ୍ୟାଳୟରେ ରହୁନାହାନ୍ତି। ନିର୍ମାଣ କଠା କୁ ହସ୍ତାନ୍ତିରିତ କରାଗଲା କି ନାହିଁ ଏହି ବିଷୟ କୁ ନେଇ ଜେଇ ରମେଶ ନାୟକଙ୍କୁ ଫୋନ ମଧ୍ୟରେ ଯୋଗାଯୋଗ କରିବାରୁ ଫୋନ ଉଠେଇ ନଥିବା ଯୋଗୁଁ କୌଣସି ପ୍ରତି ଉତ୍ତର ମିଳି ପାରି ନଥିଲା। ବିଭାଗର ସରକାରୀ ବାବୁ ମାନେ ପଚାଶ ମିଟର ଦୂରରେ ରହିବା କଥା, କିନ୍ତୁ ଏହି ବାବୁ ମାନେ ପଚାଶ କିଲୋମିଟର ଦୂରରେ ରହୁଛନ୍ତି, ଏହାରି ଅର୍ଥ ହେଲା ରାୟଗଡାରେ ରହୁଛନ୍ତି, ମାସର କିଛି ଦିନ ସରକାରୀ ଗାଡିର  ଆସି ପୁନର୍ବାର ରାୟଗଡାକୁ ଚାଲିଯାଉଛନ୍ତି, ସରକାର ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ଖଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କିନ୍ତୁ ଏହି ଅଞ୍ଚଳରେ ବେଆଇନ ଭାବେ ରାସ୍ତା କୋଡରେ ଦୋକାନ ବଜାରରେ ଘରେ ଘରେ ଜୋରସୋର ରେ ଦେଶୀ ଓ ବିଦେଶୀ ମଦ ଖୁଲମ ଖୁଲା ଭାବେ ବିକାଯାଉଛି। ଯାହାକୁ ନେଇ ଅଞ୍ଚଳରେ ବାରମ୍ବାର ବୁଦ୍ଧିଜୀବୀ ମୋହଲରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ରଖିବାର ଅବକାରୀ ବିଭାଗ ନିଷ୍କ୍ରିୟ ଥିବାବେଳେ ସାଧାରଣରେ ଅଭିଯୋଗ ହେଉଛି। ଅବକାରୀ ବିଭାଗ, କଣ ପାଇଁ ମାଦକ ଦ୍ରବ୍ୟ ରଖିବାରେ ନିଷ୍କ୍ରିୟ ଥିବାବେଳେ ତାକୁ ନେଇ ଅଞ୍ଚଳରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଉଁଭଳି ଭାବରେ ଅଂଚଳରେ ମାଦକ ଦୃବ୍ୟ ବେଆଇନ ଭାବେ ବଡ଼ି ଚାଲିଥିବାରୁ ଏହାକୁ ରଖିବାକୁ ବିଭାଗୀୟ ଅଧିକାରୀ ମାନେ କ’ଣ ପାଇଁ ନୀରବ ରହୁଛନ୍ତି ଏହାକୁ ନେଇ ଅଞ୍ଚଳର କୁମାର ସ୍ୱାମୀ କୌଶଲ୍ୟା, ବାପୁ ପାଢ଼ୀ ଏବଂ ବୁଦ୍ଧିଜୀବୀ ମହଲରେ ବାରମ୍ବାର ଅଭିଯୋଗ ହେଉଛି।