ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : ଗତ ଚଉଦ ତାରିଖ ବୁଧବାର ମକର ସଂକ୍ରାନ୍ତି ଦିନ ଦ୍ୱି ପ୍ରହର ସମୟରେ ଏକ ଲୁହାବୋଝେଇ ଟ୍ରକ ବେହେରାପଟୁ ଧର୍ମଗଡ଼ ଆଡକୁ ଦ୍ରୁତ ଗତିରେ ଯାଉଥିବାବେଳେ ମିର୍ଜାପୁର ପରଲା ବିଜୁଏକ୍ସପ୍ରେ ୱେ ଉପରେ ଥିବା କେନାଲ ବ୍ରିଜ ନିକଟରେ ଏକ ମର୍ମ ନ୍ତୁଦ ଦୁର୍ଘଟଣା ଘଟିଥିଲା। ପରଲା ଗ୍ରାମର ଧନୁ ଗୋପାଳ ସାଇକେଲ ରେ ନିଜ ଘରକୁ ଯାଉଥିବାବେଳେ ଟ୍ରକ ଧକ୍କା ଦେବାରୁ ତଳେ ପଡିଯାଇଥିଲେ। ଗୁରୁତର ହେବାରୁ ପରଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ଅଧିକ ଗୁରୁତର ପରସ୍ଥିତି ଯୋଗୁଁ ଭବାନୀପାଟଣା ମୁଖ୍ୟ ଚିକିତ୍ସା ଲୟରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ଯୁ ବରଣ କରିଥିବା ସୂଚନ ମିଲିଛି। ସେ ଜଣେ ଗରିବ ବ୍ୟକ୍ତି ହେତୁ ମିସ୍ତ୍ରୀକାମ କରି ପାଞ୍ଚ କୁଟୁମ୍ବକୁ ପ୍ରତିପୋଷଣ କରୁଥିଲେ। ବର୍ତ୍ତମାନ ତାଙ୍କ ମୃତ୍ଯୁରେ ପରିବାର ଶୋକର ଛାୟା ଖେଳି ଯାଇଛି। ଏହାର କ୍ଷତି ପୂରଣ ଦାବି ପାଇଁ ଗ୍ରାମରେ ଉତ୍ତେଜନା ସ୍ଥିତି ଶୁଣିବାକୁ ମିଳୁଛି।
