ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ଉର୍ଲାଦାନୀ ପଞ୍ଚାୟତ ଅନ୍ତର୍ଗତ ଡୁକେଡ ସରକାରୀ (ଏସ,ଏସ,ଡି) ଆଶ୍ରମ ସ୍କୁଲ୍ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉଦୟ ସିଂ ମାଝୀ ଅନୂସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗର ଶିକ୍ଷା ନିରିକ୍ଷକ କଳାହାଣ୍ଡି ଓ ନୂଆପଡା, ମୁଖ୍ୟ ବକ୍ତା ଭାବେ ପଦ୍ମଲୋଚନ ମିଶ୍ର (ସାହିତ୍ୟକ)ମ, ରାମପୁର, ସମ୍ମାନିତ ଅତିଥି ଭାବେ ସୁପ୍ରିୟା ମାଝୀ ସରପଞ୍ଚ ଉର୍ଲାଦାନୀ, ମନ୍ଦାସୀନୀ ରଣା ସମିତି ସଭ୍ୟା ଉର୍ଲାଦାନୀ, ଶ୍ୟାମସୁନ୍ଦର ନାୟକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମ, ରାମପୁର ପଞ୍ଚାୟତ ସମିତି, ରମାପ୍ରସାଦ ସତପଥି ପ୍ରଧାନ ଶିକ୍ଷକ ଉର୍ଲାଦାନୀ ସରକାରୀ ଆଶ୍ରମ ବିଦ୍ୟାଳୟ, ବୈଚନ୍ଦ୍ର ମାଝୀ ପ୍ରଧାନ ଶିକ୍ଷକ ସରକାରୀ ଆଶ୍ରମ ବିଦ୍ୟାଳୟ ମାର୍ଜିଙ୍ଗ, ପିତାମ୍ବର ଧଙ୍ଗଡା ମାଝୀ ଡୁକେଡ ସରକାରୀ ଆଶ୍ରମ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗଦେଇ ଥିଲେ। ଶିକ୍ଷକ ମନୋଜ ହରପାଲ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ମିତ୍ର ପ୍ରିୟ ଭୋଇ, ସ୍ମିତା ରେଖା ଦେବୀ ସହକାରୀ ଶିକ୍ଷୟତ୍ରୀ, କବିତା ମହାନନ୍ଦ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
