ମା’ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ଓ କର୍ମକର୍ତ୍ତା ଚୟନ

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର(ସୌମ୍ୟରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରବନ୍ଧ ପଞ୍ଚାୟତ ସ୍ଥିତ ବକଟପୁର ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗାଁ ଗୈାତିଆ ବିକ୍ରମାଦିତ୍ୟ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଚଳିତ ବର୍ଷ ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳା ଭାବରେ ପାଳନ କରାଯିବ ଏନେଇ ଆଲୋଚନା ହୋଇଥିଲା। ଚଳିତ ବର୍ଷ ମାଁ ହିରାନୀଳାଙ୍କ ଝାମୁଯାତ୍ରାକୁ ସୁପରିଚଳନା କରିବା ପାଇଁ କମିଟି ଗଠିତ କରାଯାଇଥିଲା। ଏଥିରେ ସର୍ବ ସମତି କ୍ରମେ ରମେଶ ଚନ୍ଦ୍ର ସାହୁଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଭବାନୀ ଶଙ୍କର ବାଣୁଆ, ଉପସଭାପତି କର୍ଣ୍ଣ ମାଝୀ, ପବିତ୍ର ବିଭାର, ସାଧାରଣ ସମ୍ପାଦକ ବିକ୍ରମାଦିତ୍ୟ ବାରିକ, ସହ ସମ୍ପାଦକ ସଂକୀର୍ତ୍ତନ ବେହେରା, କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ବାରିକ, ସହ କୋଷାଧ୍ୟକ୍ଷ ମୁକେଶ ବେହେରା, ପରାମର୍ଶଦାତା ସନାତନ ବିଶି, କୁଳମଣି ବାଣୁଆ, ଆବାହକ ପିତାମ୍ବର ବିଶି, ଯାତ୍ରା ପରିଚାଳନାରେ ଶଙ୍କର ପ୍ରଧାନୀ, ଉଗ୍ରସେନ ବାଗ, ବୈରାଗୀ ବିଭାର,ହର ବେହେରା, ଫକିର ହରପାଳ, ଲଛମନ ବେହେରା, ଲୋଚନ ବେହେରା, ସୁଶାନ୍ତ ମାଝୀ, ଦେବାନନ୍ଦ ସାହୁ, ଭଗବାନ ରାଉତ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଚଳିତ ବର୍ଷ ଏହି ମାଁ ହିରାନୀନା ଝାମୁଯାତ୍ରା ୫ ଦିନ ଧରି ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିନ ବଜାର ହେବ ବୋଲି କମିଟି ସଭାପତି ଶ୍ରୀସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *