କୋକସରା କଂଗ୍ରେସ ବ୍ଲକ ସଭାପତି ହେଲେ ଲକ୍ଷ୍ମଣ ଶବର

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ, ଏନଏସିର ନେତୃତ୍ୱ ନେବାପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ବରିଷ୍ଠ ନେତା ଲକ୍ଷ୍ମଣ ଶବରଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ଅନୁମୋଦନ କ୍ରମେ କୋକସରା ବ୍ଲକ ସଭାପତି ଭାବେ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବ୍ଲକ କଂଗ୍ରେସର କର୍ମକର୍ତ୍ତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରୀଶବର ଗତ ସାଧାରଣ ନିର୍ବାଚନରେ ଦଳୀୟ ସଂଘଠନ କୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଦଳ ପ୍ରତି ତାଙ୍କର ନିଷ୍ଠା, ତ୍ୟାଗ ଓ କାର୍ଯ୍ୟ ନିର୍ବାହ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଏହି ଦାୟିତ୍ୱ ମିଳିବା ପରେ ବ୍ଲକ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଚରଣ ଧଙ୍ଗଡାମାଝୀ, ନବୀନ ନାଏକ, ନିରଞ୍ଜନ ନେଗି, ଧନବଲ ନାଏକ ଓ ଅନ୍ୟ କର୍ମକର୍ତ୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଗାମୀ ଦିନରେ କଂଗ୍ରେସର ମୂଳମନ୍ତ୍ର କୁ ନେଇ ବ୍ଲକରେ ଦଳୀୟ ସଙ୍ଘଠନ କୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଶ୍ରୀଶବର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *