ସୁଶୀଲ ନାଏକ ହେଲେ ଜୟପାଟଣା କଂଗ୍ରେସ ଦଳର ବ୍ଲକ ସଭାପତି

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ, ଏନଏସି ର ନେତୃତ୍ୱ ନେବାପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଜୟପାଟଣା ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ରାଜନୀତିରେ ଅଭିଜ୍ଞ ବରିଷ୍ଠ ନେତା ସୁଶୀଲ ନାଏକଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ଅନୁମୋଦନ କ୍ରମେ ଜୟପାଟଣା ବ୍ଲକ ସଭାପତି ଭାବେ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବ୍ଲକ କଂଗ୍ରେସର କର୍ମକର୍ତ୍ତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରୀନାଏକ ଗତ ସାଧାରଣ ନିର୍ବାଚନରେ ଦଳୀୟ ସଂଘଠନ କୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବାବେଳେ ଦଳ ପ୍ରତି ତାଙ୍କର ନିଷ୍ଠା, ତ୍ୟାଗ ଓ କାର୍ଯ୍ୟ ନିର୍ବାହ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ମିଳିବା ପରେ ବ୍ଲକ କଂଗ୍ରେସ ପକ୍ଷରୁ ଅନ୍ୟ କର୍ମକର୍ତ୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଗାମୀ ଦିନରେ କଂଗ୍ରେସ ର ମୂଳମନ୍ତ୍ର କୁ ନେଇ ବ୍ଲକ ରେ ଦଳୀୟ ସଙ୍ଘଠନ କୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଶ୍ରୀ ନାଏକ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *