ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି ଆରମ୍ଭ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି ଆରମ୍ଭ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ଯ୍ଯରେ ନିୟୋଜିତ ଅଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ପରେ ୬ ମାସ ବ୍ୟବଧାନରେ ଆଜି ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ଦାନ ହୁଣ୍ଡି ଖୋଲାଯାଇଥିଲା। ଗତଥର ହୁଣ୍ଡିରୁ ନଗଦ ୧ କଟି, ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା, ୨ କେଜି ୫୦୫ ଗ୍ରାମ ରୂପା ଓ ୩୮ ଗ୍ରାମ ସୁନା ବାହାରିବା ସହ ସଂଗ୍ରହ ସମସ୍ତ ଅର୍ଥ ଓ ସୁନା ରୂପା ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ବ୍ୟାଙ୍କ କୁ ସ୍ଥାନାନ୍ତର କରାଗଲା। ଆଜିର ଗଣତି ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୨୫୦ ଜଣ ମହିଳା ସାମିଲ ହୋଇଛନ୍ତି। ଦାନ ଅର୍ଥ କୁ ୟୁନିୟନ୍ ବ୍ଯାଙ୍କରେ ଜମାକରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।