ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ପିଏଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ, ସିଡ଼ିଏମଓ ଡକ୍ଟର ଭି. ସୋରଜିନୀ ଦେବୀ ମଞ୍ଚାସୀନ ରହିଥିଲେ। ଏଥିରେ ମୋଟ ୬୩ଟି ଅଭିଯୋଗ ଶୁଣାଣି ହୋଇଥିଲା। ସେଥିରୁ ଟି ୩୨ ବ୍ୟକ୍ତି ଗତ ସମସ୍ୟା, ୩୧ଟି ଗୋଷ୍ଠୀ ଭିତ୍ତିକ ରହିଥିଲା। ଏହି ପରିପ୍ରେକ୍ଷୀରେ କେ. ମିନାରାଓଙ୍କୁ ଟ୍ରାଇ ସାଇକଲ ପ୍ରଦାନ କରାଯାଇଛି। ପାନୀୟ ଜଳ, ରାସ୍ତା, ବିଦ୍ୟୁତ, କାତାଗୁଡା ବିଦ୍ୟାଳୟ ର ଜାଗା ଚିହ୍ନଟ ଓ ଗୃହ, ପାର୍ଶଲି ପଞ୍ଚାୟତ ର ୧୭ଟି ଗ୍ରାମକୁ ବିଦ୍ୟୁତ ନାହିଁ, ଲାଖପଦର, ପଟାଙ୍ଗ ପଦର, ଡ଼ଙ୍ଗାମାଟି, ଗୁମ୍ମା, ଲମ୍ବା ପାଞ୍ଚଟି ଗ୍ରାମକୁ ବିଦ୍ୟାଳୟ ବ୍ୟବସ୍ଥା, ବିଷୟରେ ଅଭିଯୋଗ କରିଥିଲେ। ଏଥିରେ ଜିଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ସମେତ ବିଡ଼ିଓ ମନୀଷା ଦାସ, ତହସିଲଦାର ମାନସ ରଞ୍ଜନ ମାନସେଠ, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ଓ ବ୍ଲକ, ତହସିଲ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
