କଳାହାଣ୍ଡି ଉତ୍ସବରେ ସମ୍ମାନିତ ହେଲେ ସମାଜସେବୀ ଉମାକାନ୍ତ ସୁନାନୀ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଅନୁଷ୍ଠିତ ୨୮ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଅବସରରରେ ସହିଦ୍ ରୋଣ୍ଡୋମାଝୀ ମଞ୍ଚରେ କଳାହାଣ୍ଡି ଜିଲ୍ଲାରେ ଅନେକ ଅସହାୟ ନିରାଶ୍ରୟ ଲୋକଙ୍କ ସୁଖ ଦୁଃଖରେ ଭାଗିଦାରୀ ହେବା ସହ ସମଗ୍ର କଳାହାଣ୍ଡି ଜିଲ୍ଲାରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୂଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲା ଜର୍ଜ ଅନୂପ ରଞ୍ଜନ ପଟ୍ଟନାୟକ ପୁଷ୍ପଗୁଚ୍ଛ, ଉପଢ଼ୌକନ ସହିତ ମାନପତ୍ର ଦେଇ ଉମାକାନ୍ତ ସୁନାନୀଙ୍କୁ ସମ୍ମାନିତ କରିଥିଲେ। ଯାହାକୁ ନେଇ ଜିଲ୍ଲାରେ ଖୁସି ର ଲହରୀ ଖେଳିଯାଇଛି।  ଉମାକାନ୍ତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେଉ କିମ୍ବା ରାଜ୍ୟ ର ଯେକୌଣସି ଡାକ୍ତରଖାନାରେ ରକ୍ତ ଦରକାର ହେଉଥିବା ରୋଗୀ ସମ୍ପର୍କୀୟ ଯଦି ଯୋଗାଯୋଗ କରନ୍ତି ସେମାନଙ୍କୁ କେବେ ମଧ୍ୟ ନିରାଶ ହେବାକୁ ପଡ଼େ ନି ଅଳ୍ପ ସମୟରେ ଅନେକ ଲୋକଙ୍କ ସହିତ ଯୋଗାଯୋଗ କରି ରକ୍ତଦାତା ଯୋଗାଡ଼ କରି ରକ୍ତ ଯୋଗାଇ ଦେବା ସହ ଅଚିହ୍ନା ଶବ ପଡ଼ି ରହିଥିବା ଖବର ଶୁଣିଲେ ସାଙ୍ଗେ ସାଙ୍ଗେ ନିଜ ବନ୍ଧୁମାନଙ୍କ ସହଯୋଗରେ ଶବ କୁ ସମ୍ମାନର ସହ ମଶ୍ମାନ ନେଇ ଶବ ସତ୍କାର କରିବା, ବୃକ୍ଷ ରୋପଣ କାର୍ଯ୍ୟ କରିବା, ସଫେଇ କାର୍ଯ୍ୟ କରିବା, ମାନସିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ଉଦ୍ଧାର କରି ଥଇଥାନ କରିବାରେ ସହଯୋଗ କରିବା, ଅନାଥ ଛୁଆଙ୍କୁ ସରକାରଙ୍କୁ ଜଣାଇ ତାଙ୍କର ଥଇଥାନ ସହିତ ଭଲ ପାଠ ପଢିବାରେ ସହଯୋଗ କରିବା ଅନେକ ପ୍ରକାରର ଉଲ୍ଲେଖନୀୟ ଅବଦାନ ତାଙ୍କର କଳାହାଣ୍ଡି ଜିଲ୍ଲା ବାସୀଙ୍କ ପ୍ରତି ରହିଅଛି। ୨୮ ତମ ଗରିମାମୟ କାର୍ଯ୍ୟକ୍ରମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ରେ ସମ୍ମାନିତ ହେବା ସୌଭାଗ୍ୟ ବୋଲି ଉମାକାନ୍ତ କହିବା ସହିତ ଏହି ସମ୍ମାନ କେବଳ ଏକ ପୁରସ୍କାର ନୁହେଁ ବରଂ ମୋର ସେବା ଯାତ୍ରା କୁ ଆହୁରି ଶକ୍ତି, ସାହସ ଓ ଆତ୍ମବିଶ୍ଵାସ ଦେଇଥିବା ଏକ ଆଶିର୍ବାଦ ବୋଲି ପ୍ରକାଶ କରିଛନ୍ତି ।