କଳାହାଣ୍ଡି ଉତ୍ସବରେ ରେଡକ୍ରସ୍ ର ସେବା କାର୍ଯ୍ୟ 

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଭାରତୀୟ ରେଡକ୍ରସ୍ ସୋସାଇଟି କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୬ ପାଳନ ଅବସରରେ ପାଞ୍ଚ ଦିନ ବ୍ୟାପୀ ବିଭିନ୍ନ ସେବା କାର୍ଯ୍ୟରେ ସ୍ବେଚ୍ଛାସେବୀ, ଆଜୀବନ ସଦସ୍ୟ ଓ ପରାମର୍ଶଦାତା ମାନେ ନିୟୋଜିତ ରହିଥିଲେ। ପ୍ରତ୍ୟହ ସଫେଇ, ପ୍ରାଥମିକ ଚିକିତ୍ସା, ମାସ୍କ ବଣ୍ଟନ, ଭିଡ଼ ନିୟନ୍ତ୍ରଣ କରି ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ସହାୟତା ଯୋଗାଉଥିଲେ। ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ବସ୍ ସହାୟତାରେ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ମା’ ମାଣିକେଶ୍ବରୀ ବିଶ୍ବ ବିଦ୍ୟାଳୟର କୁଳସଚିବ ଡ. ଗୁଣନିଧି ନାଏକ ଉଦଘାଟନ କରିଥିଲେ। ସ୍ବେଚ୍ଛାସେବୀ ମାନେ ସାଧାରଣ ଲୋକଙ୍କୁ ରକ୍ତଦାନର ଉପକାରିତା ବିଷୟରେ ବୁଝାଇ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପାଞ୍ଚଦିନ ବ୍ୟାପି ସେବା ପାଇଁ ଏକ ଷ୍ଟଲ ଯୋଗାଇ ଦିଆଯାଇଥିଲା। ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଲେଖ ଭୋଇଙ୍କ ନେତୃତ୍ୱରେ ଆଜୀବନ ସଦସ୍ୟ ତଥା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜିବ କୁମାର ସାହୁ, ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ାଙ୍କ ମାର୍ଗ ଦର୍ଶନରେ ମାଁ ମାଣିକେଶ୍ବରୀ ବିଶ୍ବ ବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟ ପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହା ବିଦ୍ୟାଳୟ, ପ୍ରଗତି ଡିଗ୍ରୀ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସେବା କାର୍ଯ୍ୟରେ ନିୟୋଜିତ ଥିଲେ। ଏହା ବ୍ୟତୀତ ଭାରତୀୟ ରେଡକ୍ରସ ସୋସାଇଟି, କଳାହାଣ୍ଡି ଜିଲ୍ଲା ଶାଖାର ଆଜୀବନ ସଦସ୍ୟ ଡ ଅଜୟ କୁମାର ମିଶ୍ର, ରବି କାନୁନଗୋ, ସୁଧିର କୁମାର ପଣ୍ଡା, ସରୋଜ କୁମାର ପଟ୍ଟଯୋଶୀ, ଭବାନୀ ଶଙ୍କର ପଣ୍ଡା, ମୋହନ ଚରଣ ବିଷି, ରାଜେନ୍ଦ୍ର କୁମାର ପ୍ରଧାନ, ଡ.ନୃସିଂହାନନ୍ଦ ସାସମଲ, ନବକୃଷ୍ଣ ସାହୁ, ମନୋଜ କୁମାର ସାହୁ, ରାଇ ମୋହନ ମାଝୀ, ସାଇନି ଏସ୍ ଦେବ, ପୁରିତ ରଣା, ଦୂର୍ଗା ପ୍ରସାଦ ସରାଫ, ଡ. ସୁରେଶ୍ଵରୀ ବାଗ, ବିଶ୍ବ ରଞ୍ଜନ ବେହେରା, ଅମର୍ତ୍ତ୍ୟ ବଣିଆ, କ୍ଷୀରସିନ୍ଧୁ ନାଏକ, ଗଜପତି ବନ୍ଧିଛୋଡ଼ଙ୍କ ସମେତ ଜିଲ୍ଲା ଜରୁରୀକାଳୀନ ଶାଖାର ବିଭାଗୀୟ ଅଧିକାରୀ ବଟକୃଷ୍ଣ ଆଚାରୀ ସହଯୋଗ କରିଥିଲେ। ଏହି ଶିବିରରେ ଅନେକ ବ୍ୟକ୍ତି ଭାରତୀୟ ରେଡକ୍ରସ ସୋସାଇଟି, କଳାହାଣ୍ଡି ଜିଲ୍ଲା ଶାଖାର ଆଜୀବନ ସଦସ୍ୟ ଭାବରେ ନାମ ପଞ୍ଜିକରଣ କରିଥିଲେ। ରେଡକ୍ରସ ତରଫରୁ ଆୟୋଜିତ ଏହିପରି ସେବା କାର୍ଯ୍ୟକୁ ଅନେକ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *