ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହର ମଧ୍ୟ କୁ ସକାଳୁ ସକାଳୁ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ସହିଦ ମିନାର ପୋଲ୍ ତଳୁ ବାହାରି ମସଜିଦ ଦେଇ ସହର ମଧ୍ୟକୁ ପ୍ରବେଶ କରିଥିଲା। ସ୍ଥାନୀୟ ଲୋକେ ବ୍ୟାୟାମ ଓ ଶୌଚ ପାଇଁ ଯିବା ସମୟରେ ଦେଖି ଭୟଭୀତ ହୋଇଥିଲେ। ପରେ ସହର ମଧ୍ୟକୁ ପ୍ରବେଶ କରି ଭାଲୁ ଟି ଜଙ୍ଗଲ ମଧ୍ୟକୁ ଯାଇଥିଲା। ସକାଳୁ ସକାଳୁ ସ୍ଥାନୀୟ ଲୋକେ ବ୍ୟାୟାମ ଓ ଶୌଚ ପାଇଁ ଯାଉଛନ୍ତି କିନ୍ତୁ ବାରମ୍ଵାର ସହର ମଧ୍ୟକୁ ଭାଲୁ ପ୍ରବେଶ କରୁଥିବାରୁ ଲୋକେ ଭୟଭୀତ ଥିବା ସହ ବନ ବିଭାଗ ଏଥିପ୍ରତି ଗୁରୁତ୍ଵ ଦେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଣୁ ବନ ବିଭାଗ ଭାଲୁ କୁ ସହର ମଧ୍ୟକୁ ପ୍ରବେଶ ନ କରିବା ଦିଗ ରେ ଗୁରୁତ୍ଵ ଦେବା ପାଇଁ ସାଧାରଣରେ ଦାବି ହେଉଛି।
