ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା, ଦଣ୍ଡପାଟ ଅଞ୍ଚଳର ପଦ୍ମପୁରଠାରେ ଚାଲିଥିବା ମାଁ ଭଣ୍ଡାରଘରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ୍ ଖେଳରେ ଲଡୁଗାଁ ଟିମ୍ ଟସ୍ ଜିଣି ପ୍ରଥମେ ବେଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୧୦ ଉଇକେଟ ବିନିମୟରେ ୯୨ ରନ୍ ସଂଗ୍ରହ କରିଥିଲା। ଦଲସର୍ଗି ଦଳ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୬୧ ରନ ସଂଗ୍ରହ କରିଥିଲା। ତେବେ ଲଡୁଗାଁ ଟିମ୍ ଟୁର୍ଣ୍ଣାମେଣ୍ଟର ବିଜୟୀ ହୋଇ ଚାମ୍ପିଅନ ହୋଇଛି। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଉଦିତ ନାରାୟଣ ଠାକୁରଙ୍କ ସଭାପତିତ୍ର କରିଥିଲେ। ଏଥିରେ ମୁଖ୍ୟ ଅତିଥୁ ଭାବେ ତେଣ୍ଡାପାଲି ସରପଞ୍ଚ ଗୌଳଚନ ଗୋପାଳ, ସମ୍ମାନୀତ ଅତିଥିଭାବେ ଧର୍ମଗଡ଼ ବ୍ଲକ ୨ ନମ୍ୱର ଜୋନର ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରସାଦ ଯୁଏଡ ଓ କୋକସରା ବ୍ଲକ ର ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଜେଡିର ଯୁବ ନେତା ପ୍ରଶାନ୍ତ ତିୱାରୀ, ବିଜେପିର ଚନ୍ଦ୍ର ବାଗ, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିଲେ। ଲଡ଼ୁଗାଁ ଟିମର ପିଣ୍ଟୁ ମେନଅଫ ଦ ସିରିଜ୍ ଏବଂ ଦଳସର୍ଗି ଟିମର ଲୋକନାଥଙ୍କୁ ମେନ୍ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଅମ୍ପାୟାର ଭାବେ ଶ୍ରୀକାନ୍ତ ପଣ୍ଡା ଓ ସୁବାଷ ଗୋପାଳ ଖେଳ ପରିଚାଳନା କରିଥିଲେ। ରଜତ ପଟ୍ଟନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ। ଚୌବନ, ତୁଳା, ରିଙ୍କୁ, ହିମାଂଶୁ ବିଟୁ, ଦୀନବନ୍ଧୁ, ନବୀନ, ସୁଧୀର ସମେତ କମିଟିର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
