ମହାଭାରତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମହାଭାରତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜମରାଠାରେ ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜମରା ଅଧ୍ୟକ୍ଷ ମନୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ଜେପିସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭୁବନ ମୋହନ ଠାକୁର ମୁଖ୍ୟ ଅତିଥି, ପୂର୍ବତନ ସମ୍ପାଦକ ପୁରୋଷତମ ଠାକୁର ମୁଖ୍ୟ ବକ୍ତା, ସମ୍ମାନୀୟ ଅତିଥି ଭାବରେ ବିଜମରା ହାଇସ୍କୁଲର ପୁରାତନ ଶିକ୍ଷକ କୃପାସିନ୍ଧୁ ପଣ୍ଡା, ବିଜମରା ସରପଞ୍ଚ ବାଳ କୃଷ୍ଣ ମାଝୀ, ଶିବ ପ୍ରସାଦ ବାରାଣାସୀ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭ୍ୟ ଦୁହିତା ମାଝୀ ମୁଖ୍ୟ ଅତିଥି, ପିଏମଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ବର ମାଝୀ ମୁଖ୍ୟ ବକ୍ତା, ସମ୍ମାନୀୟ ଅତିଥି ଭାବରେ ସମିତି ସଭ୍ୟ ସୋଭାଗିନି ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ନିଆଁଲ ଓ ସୁଜାତା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ଯୁଗଳ ମୋହନ ଠାକୁର, ଅନିଲ କୁମାର ପଣ୍ଡା, ଅଭିରାମ ପୁଞ୍ଜି, ମନୋରଞ୍ଜନ ପଣ୍ଡା, ତ୍ରିଲୋଚନ ଶବର, ମାନଗୋବିନ୍ଦ ଦଣ୍ଡସେନା ସମେତ କଲେଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।  କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *