ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳରେ ୪୦ତମ ବାର୍ଷିକୀ ଉତ୍ସବ ପାଳନ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବାଥିଲେ। ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଡ଼ ହୃଷିକେଶ ପଣ୍ଡା, ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ମଞ୍ଚସିନ ହୋଇ ଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଧ ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ପଦ୍ମଚରଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଶଣ କରାଯାଇଥିଲା। ଏହା ପରେ ଅଧ୍ୟାପକ ଡ଼ ସୁଶାନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ଼ ବିଭୁତି ଭୂଷଣ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପଠନ କରିଥିଲେ । ଉପସ୍ଥିତ ମୁଖ୍ୟ ଅତିଥି ଗଣ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉଜ୍ୱଳ ଭବିଷ୍ୟତ ନିମନ୍ତେ ଅତି ସୁନ୍ଦର ଉପଦେଶ ଦେଇଥିଲେ। ଏହା ପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ମାନ ପତ୍ର ସହ ଟ୍ରଫି ବିତରଣ କରାଯାଇଥିଲା। ଏହା ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବ ପାଳନକୁ ନେଇ ମହାବିଦ୍ୟାଳୟ କର୍ତ୍ତୁପକ୍ଷ, ଅଧ୍ୟାପକ ହିମାଂଶୁ ଚରଣ ସାହୁ, ଅରୁନ୍ଧତୀ ପ୍ରଧାନ, ଅସୀମ କୁମାର ନାୟକ, ବିଦ୍ୟାଧର ଦେହୁରି ପରିଚାଳନା କମିଟି, ଛାତ୍ର,ଛାତ୍ରୀ ସହଯୋଗ କରିଥିଲେ।
