କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ତଲାଗାଁ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲାମ୍ବର ଦାସ ବାର୍ଷିକ ବିବରଣୀ ପଠନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସିଆରସିସି ସୁମନ୍ତ ପ୍ରସାଦ ଠାକୁର ସଭାପତିତ୍ବ କରିଥିଲେ। ଏଥିରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ମୁଖ୍ୟବକ୍ତା, ଶିକ୍ଷକ ଲକ୍ଷ୍ମୀଧର ସେନାପତି, କାଉଡୋଲା ୟୁପି ସ୍କୁଲର ପ୍ରଧାନଶିକ୍ଷକ ସ୍ୱର୍ଣ୍ଣ ପ୍ରଭା ପଣ୍ଡା, ପ୍ରଧାନ ଶିକ୍ଷକ ଜୟଶଙ୍କର ପାଠୀ, ଶିକ୍ଷକ ଚନ୍ଦ୍ରମଣୀ ବେମାଲ, ସ୍ଥାନୀୟ ସରପଞ୍ଚ ଜମୁନା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଚନ୍ଦ୍ର ଶେଖର ସାହୁ ମଞ୍ଚ ସଂଯୋଜନା କରିଥିବାବେଳେ ଯଶୋଧାରା ବାଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ କୁ ପରିଚାଳନା କରିଥିଲେ। ସ୍କୁଲ ପରିଚାଳନା କମିଟିର ସଦସ୍ୟ ଲାଲ୍ ସିଂ ବାଗ, ଦେବିଶିଂ ନାଏକ, ଲକ୍ଷ୍ମୀ ପୁଝାରୀ, ଲକ୍ଷ୍ମୀ ବିଶି ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।
