ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତ ଅଧିନସ୍ତ ବଡ଼ମାନିଘାଟି ଠାରେ ସାଂସ୍କୃତିକ ଅନୁଷ୍ଠାନ ଦେବଗିରି କଳା ପରିଷଦର ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ପାରମ୍ପାରିକ ଲୋକକଳା ମାଧ୍ୟମରେ ଆଞ୍ଚଳିକ ଭାଷା, ନୃତ୍ୟ, କଳା ସଂସ୍କୃତିର ପ୍ରଚାର ପ୍ରସାର କରିବା ସହ ପଥପ୍ରାନ୍ତ ନାଟକ କରି ସରକାରଙ୍କ ବିଭିନ୍ନ ବିଭାଗର ଲୋକାଭିମୁଖୀ ଯୋଜନାର ଜନ ସଚେତନ କାର୍ଯ୍ୟକ୍ରମ କରି ଆସୁଛନ୍ତି। ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ କଳା ପ୍ରଦର୍ଶନ କରି ସୁନାମ ଅର୍ଜନ କରି ଜିଲ୍ଳାକୁ ଗୌରବାନୀତ କରିଛନ୍ତି। ପ୍ରଥମ ଥର ଏହି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଅଜିତ୍ ପାଣିଗ୍ରାହି ଓ ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ର ଯୁଗ୍ମ ସମ୍ପାଦକ ଗୌରୀ ଶଙ୍କର ରାଓ, ଉପ ସଭାପତି ଗୁପ୍ତେଶ୍ୱର ସିକା ଉପସ୍ଥିତ ରହିଥିଲେ। ପ୍ରଥମେ ଦେବଗିରି କଳା ପରିଷଦର ସମ୍ପାଦକ ସନ୍ତୋଷ କୁମାର ବଛା ଅତିଥିଙ୍କ ପରିଚୟ ପ୍ରଦାନ ସହ ମଞ୍ଚାସିନ ପାଇଁ ନିମନ୍ତ୍ରଣ କରିଥିଲେ। ଏହା ପରେ ଯୁଗ୍ମ ସମ୍ପାଦକ ସୁରେଶ ବିଡିକା ପ୍ରାରମ୍ଭିକ ସଂଗୀତ ଗାନ କରିବା ପରେ ଅନୁଷ୍ଠାନ ସହ ଯୋଡ଼ିତ ଥିବା ଦିବଂଗତ କଳାକାରଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ର ନୀରବ ପ୍ରାର୍ଥନା ହୋଇଥଲା ଏବଂ ଉପସ୍ଥିତ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ମଣ୍ଡଳ ସଭାପତି ଅଜିତ୍ ପାଣିଗ୍ରାହି ଅନୁଷ୍ଠାନକୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ। କଳାକାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରିବି ବୋଲି ସେ କହିଥିଲେ। କୋଷାଧ୍ୟକ୍ଷ ମାଲେସ କୌଶଲ୍ୟା ଧନ୍ୟବାଦ୍ ଅର୍ପଣ ପରେ ସଭା ସାଙ୍ଗ ହୋଇଥଲା। ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଦୀନବନ୍ଧୁ ସାରାକା, ସଦସ୍ୟ ବିକାଶ ଗାଣ୍ଟା, ବରିଷ୍ଟ ଲୋକକଳା କଳାକାର ବେଭାରି ଗାଣ୍ଟା, ଅର୍ଜୁନ କୌଶଲ୍ୟା, ଅନ୍ୟ କଳାକାରଙ୍କ ମଧ୍ୟରେ ଯଶୋବନ୍ତ ପାତିକା, ଦୂର୍ଗା ସୁନା, ଲିଙ୍ଗରାଜ ବାଘ୍ , ଜୟ ହୁଇକା , ମାଦାନା କୁଲିସିକା, ବାଲାଜୀ କୁଲିସିକା , ବାସବ ଗାଣ୍ଟା, ରହିଦାସ ତୁରୁକ୍ , ଶ୍ରୀକାନ୍ତ କାଡ୍ରାକା, ନରେଶ ହିଆଲ୍ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।
