ନକଲି ପୋଲିସ କୁ ଧରିଲା ଅସଲି ପୋଲିସ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ନକଲି ପୋଲିସ କୁ ଧରିବାରେ ମିଳିଛି ବଡ଼ ସଫଳତା। କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ସୂଚନା ଅନୁଯାୟୀ ଗତ କିଛି ମାସ ହେବ ମଦନପୁର ରାମପୁର ଓ ଅମାଠ ଛକ ରାସ୍ତା ମଝିରେ କିଛି ଅସାମାଜିକ ଯୁବକ ନିଜକୁ ପୋଲିସ କହି ରାତି ସାରା ରାସ୍ତାରେ ଯାଉଥିବା ଗାଡ଼ି ମଟର ଅଟକାଇ ପୋଲିସ ନାମରେ ବଟି ସଂଗ୍ରହ କରୁଥିବା ସହିତ ଅନେକ ଲୋକଙ୍କୁ ରାତ୍ରି ସମୟରେ ଅନେକ ଅସୁବିଧାରେ ପକାଉ ଥିଲେ। ଅଭିଯୋଗ ମିଳିବା ପରେ କେସିଙ୍ଗା ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରି ପୋଲିସ ନାମରେ ଟଙ୍କା ଆଦାୟ କରୁଥିବା ଏକ ଚାରି ଜଣିଆ ଗ୍ୟାଙ୍ଗ କୁ ଗିରଫ କରିଛି।ଗିରଫ ବ୍ୟକ୍ତି ମାନେ ସମସ୍ତେ ମଦନପୁର ରାମପୁର ଥାନାର ହୋଇଥିବା ବେଳେ ଗିରଫ ହୋଇଥିବା ଯୁବକ ମାନେ ଅଏଁଲା ପାଲି ଗ୍ରାମର ଆଶିଷ ମାଝୀ(୨୪), ଝାଲିଆଗୋଭା ଗ୍ରାମର ନରେଶ ହରିଜନ (୨୫) ଓ ଗୋପାଳ ହରିଜନ (୨୪) ଏବଂ କୁସୁର୍ଲା ଗ୍ରାମର ଅଜିତ ସାହୁ (୨୬) ବୋଲି ପୋଲିସ ପ୍ରକାଶ କରିଛି। ତାଙ୍କ ଠାରୁ (ଓଡି ୦୮ ସି ୭୨୦୯) ନମ୍ବର ଥିବା ଏକ ସ୍କର୍ପିଓ ଗାଡ଼ି ଜବତ ହୋଇଛି। ସମସ୍ତ ଚାରି ଜଣ ଅଭିଯୁକ୍ତ ଙ୍କୁ କେସିଙ୍ଗା ପୋଲିସ କୋର୍ଟ ଚାଲାଣ କରିଛି।