ଆଦିବାସୀ ମେଳାରେ ବିଏସଏ ର ଘୁମୁରା ଗାୟକ ସମ୍ମାନିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ଗାୟକ ଗୋପାଳ ନାଏକ ତାଙ୍କର ଶ୍ରେଷ୍ଠ ଲୋକ ଗୀତ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ପକ୍ଷରୁ ଏହି ସମ୍ମାନ ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମସ୍କାଦାଣ୍ଡି ର ଶ୍ରୀନାଏକ ଗତ କିଛି ବର୍ଷ ହେଲା ଲଗାତାର ଭାବରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବହୁ ଜାତୀୟ ଉଶ୍ଚବ ରେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି। ତାଙ୍କର କଣ୍ଠରେ ପ୍ରଦର୍ଶିତ ଲୋକ ଗୀତ ଏ ଅଞ୍ଚଳରେ ବେଶ ଆଦୃତ ହୋଇଛି। ତାଙ୍କର ଏହି ସମ୍ମାନ ପାଇଁ ବି ଏସଏ ସଭାପତି ସୁଶାନ୍ତ ମହାପାତ୍ର, ସମ୍ପାଦକ ଅକ୍ଷୟ କୁମାର ଦାସ, ବିକ୍ରମ ବାରିକ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନଏସି ଅଧ୍ୟକ୍ଷ ନୃପ ରାଜ୍ ଯାଦବ, ଜାତୀୟ ଜୁନିୟର ଫେଲୋସିପ ପାଇଥିବା କଳାକାର କମ୍ବୁ ପାଣି ବାଗ, ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, କର୍ତ୍ତବ୍ୟ ଅନୁଷ୍ଠାନର ଅଶୋକ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ, ସୁରେଶ ମହାନନ୍ଦ, ଜ୍ଞାନେନ୍ଦ୍ର ଭୋଇ ପ୍ରମୁଖ ଏହି ପୁରସ୍କୃତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।