ଜିଲ୍ଲା ରାଜସ୍ବ ପ୍ରୀମିୟର ଲିଗ୍ ର ଫାଇନାଲ ; ଜିଲ୍ଲାପାଳ ଏକାଦଶର ବାଜିମାତ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁରର କଳାହାଣ୍ଡି ପଡିଆ ଠାରେ ଅନୁଷ୍ଠିତ ରାଜସ୍ଵ ପ୍ରିମିୟର ଲିଗର ଏକ ଲଢେଇପୁର୍ଣ ଫାଇନାଲ ମ୍ୟାଚରେ ନବରଙ୍ଗପୁର ଜିଲ୍ଲାପାଳ ଏକାଦଶ, ରାଇଘର ରାଜସ୍ୱ ଏକାଦଶକୁ ପରାସ୍ତ କରିଛି। ଜିଲ୍ଲାପାଳ ଏକାଦଶର ଅଧିନାଯକ ତଥା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବର୍ମନ (ରାଜସ୍ଵ )ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିଲ୍ଲାପାଳ ଏକାଦଶ ନିର୍ଦ୍ଧାରିତ ୧୫ ଓଭରରେ ୬ ୱିକେଟ ବିନିମୟରେ ୧୭୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରାଇଘର ତହସିଲଦାର ରିତୁ ସିଂହଙ୍କ ନେତୃତ୍ୱରେ ରାଇଘର ରାଜସ୍ଵ ଏକାଦଶ ୧୫୨ ରନ ସଂଗ୍ରହ କରି ୨୧ ରନ୍‌ରେ ପରାସ୍ତ ହୋଇଥିଲେ। ଏହି ଟୁର୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର ମହେଶ୍ଵର ସ୍ଵାଇଁ ଯୋଗ ଦେଇ, ଏପରି ଟୁର୍ଣାମେଣ୍ଟ ହେବା ଫଳରେ ରାଜସ୍ବ ଅଧିକାରୀ ଏବଂ ଅନ୍ୟ କର୍ମକର୍ତ୍ତା ମଧ୍ୟରେ ଏକ ଭାଇଚାରା ସୃଷ୍ଟି ହେବା ସହ ସମସ୍ତଙ୍କ ମଧ୍ୟରେ ଏକତାର ଭାବନା ସୃଷ୍ଟି ହେବ ବୋଲି ପ୍ରକାଶ କରିଥିଲେ। ଫାଇନାଲ ମ୍ୟାଚର ବିଶିଷ୍ଟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ (ରାଜସ୍ବ), ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ (ସାଧାରଣ) ଏବଂ ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଡେପୁଟି କଲେକ୍ଟର ମନମୋହନ ସାହୁ, ଚିନ୍ମୟ ସାହୁ , ସୁଶ୍ରୀ ଶାମିନା ଆଖତାରୀ, ମୀରା ନାୟକ, ଗୀତା ମୁର୍ମୁ ଚନ୍ଦ୍ରଦାସ ମହାନନ୍ଦିଆ, ମନମୋହନ ସାହୁ, ଅତିରିକ୍ତ ତହସିଲଦାର ବିଶ୍ୱଜିତ୍ କୋରକୋରା, ଡ଼ାବୁଗାଁ ପଞ୍ଚାୟତ ଅଧିକାରୀ ସମୀର ପାତ୍ର, ପାପଡାହାଣ୍ଡି ତହସିଲଦାର ତପନ ନାୟକ, କୋଡ଼ିଙ୍ଗା ତହସିଲଦାର ତୁଳା ମୁଦୁଲି ଏବଂ ଜିଲ୍ଲା କ୍ରୀଡ଼ା ସଙ୍ଘ ର ସହ ସଂପାଦକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ସ୍ଵାଇଁ ବିଜେତା ଦଳକୁ ୧୦,୦୦୦ ଟଙ୍କା, ଉପବିଜେତା ଦଳ କୁ ୫,୦୦୦ ଟଙ୍କା ଏବଂ ସିରିଜର ସର୍ବୋତ୍ତମ ଖେଳାଳିକୁ ୧,୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ। ନବରଙ୍ଗପୁର ଷ୍ଟାଡିୟମ୍ ରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ରେ ରାଜସ୍ବ ବିଭାଗର ଜାଭେଦ ଆକତାର ସେହିପରି ଉମରକୋଟ ଷ୍ଟାଡିୟମ ଅନୁଷ୍ଠିତ ଟୁର୍ଣାମେଣ୍ଟ ରେ ରାଜେଶ ତିୱାରୀ ସମେତ ମୁକ୍ତିକାନ୍ତ ଜେନା, ଦିନାକୃଷ୍ଣ ବେହେରା, ବିଜୟ ମାଝି, ଖେମରାଜ ପୁଜାରୀ, ଲୋକେଶ ମଣ୍ଡଳ, ମୁନା ବେହେରା, ନିରାକାର ସୌରା, ଆକାଶ ଗନ୍ତାୟତ, ପ୍ରସନ୍ନ ତ୍ରିପାଠୀ, ଗଣପତି ଗୌଡ଼ା, ଲମ୍ବଧର ପ୍ରଧାନୀ, ବାବୁଲା ଭତ୍ରା, ପ୍ରଣବ ଜେନା ଏବଂ ରୋଶନ ପରିଡ଼ା ସମେତ ରାଜସ୍ୱ ବିଭାଗର ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।