ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ସ୍ଥିତ ଗୋପାଳ ଶ୍ରୀକ୍ଷେତ୍ର ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପଠାରେ ଇନ୍ଦ୍ରାବତୀ ଠିକାଦାର କଲ୍ୟାଣ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ହୋଇଥିଲା। ଠିକାଦାର ମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ପବ୍ଲିକ ୱାର୍କ ଡିପାର୍ଟମେଣ୍ଟ ର ସଂଶୋଧିତ କୋଡ ଓ ଠିକା ପ୍ରକ୍ରିୟା କୁ ନେଇ କାର୍ଯ୍ୟରତ ଠିକାଦାରଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ୧୪.୯୯ ପ୍ରତିଶତ ସେଦ୍ୟୁଲ୍ ରେ କାମ କରି କ୍ଷତି ସହୁଥିବାବେଳେ ବର୍ତ୍ତମାନ ସଂଶୋଧିତ ପ୍ରକ୍ରିୟାରେ ଶୁନ ରୁ ଅସୀମିତ କାଟି କାମ କରିବା ଅର୍ଥ ଅଫିସ ପୋଷିବା ବୋଲି ମତ ପ୍ରକାଶ ପାଇଥିଲା। ସେଡ୍ୟୁଲ ରେଟରେ ସରକାରଙ୍କ ପରିବର୍ତ୍ତିତ ଆଇନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟର ମାନ ହ୍ରାସ ପାଇବ ବୋଲି କହୁଛନ୍ତି ଠିକାଦାର ମାନେ। ଆଗାମୀ ଦିନରେ ରାଜ୍ୟ ଠିକାଦାର ସଙ୍ଘ୍ ୭ଦଫା ଦାବି ନେଇ ସରକାରଙ୍କୁ ପ୍ରଦାନ୍ କରାଯାଉଥିବା ଦାବିପତ୍ରରେ ନେଇ ବୈଠକରେ ଆଲୋଚନା କରାଯାଇଥିଲା।ଡିପାର୍ଟମେଣ୍ଟ ଡିପିଆର, ଟେଣ୍ଡର କ୍ରାଇଟେରିଆରେ ଜଟୀଳତା ଥିବା ପ୍ରକାଶ କରିଥିଲେ। ଜିରୋ ସେଡ୍ୟୁଲରେ ହିଁ ଟେଣ୍ଡର ପକାଇବା ପାଇଁ ସହମତି ପ୍ରକାଶ ପାଇଥିଲା। କେହିବି ଅଧିକ ସେଦ୍ୟୁଲ ରେ ଟେଣ୍ଡର ପକାଇବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସଂଘର ନିଷ୍ପତ୍ତି ମୁତାବକ ୭ଦଫା ଦାବି ସମାଧାନ ପାଇଁ ବିଭିନ୍ନ ବିଭାଗର ଅଧିକାରୀ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଘ ପକ୍ଷରୁ କୁହା ଯାଇଥିବା ବେଳେ ସରକାର ଏହି ଦିଗରେ ତୁରନ୍ତ ପଦକ୍ଷପ ନନେଲେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହିତ ଠିକାଦାର ମାନେ କୌଣସି କାମ କରିବେ ନାହିଁ ବୋଳି ସରକାରଙ୍କୁ ଚେତାଇ ଦେଇଛନ୍ତି। ଏହି ବୈଠକରେ ସୁରେଶ ଚନ୍ଦ୍ର ଦାସ, ଚନ୍ଦ୍ର ଶେଖର ଦଳେଇ, ପ୍ରବୀର ପ୍ରଧାନ, ଚନ୍ଦନ ନାୟକ, ନରେନ୍ଦ୍ର ଭାରତୀ ସୁବାସ ପଟ୍ଟନାୟକ, ତ୍ରିନାଥ ବେହେରା, ଜ୍ଞାନ ରଞ୍ଜନ ମହାନ୍ତି, ସୁଦାନ ପେଣ୍ଠିଆ, ପ୍ରମୁଖ ଠିକାଦାର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
