ଜୟପାଟଣାରେ ବନ୍ଦ ଡାକରା ସଫଳ, ସମର୍ଥନ ଜଣାଇଲା କଂଗ୍ରେସ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ୮ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ସମଗ୍ର ଜିଲ୍ଲା ରେ ଏହାର ପ୍ରଭାବ ପଡିବା ସହ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ଗାଡି ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ କୁ କଂଗ୍ରେସ ଦଳ ମଧ୍ୟ ସମର୍ଥନ ଜଣାଇଥିବାବେଳେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ବନ୍ଦ କୁ ଜୋରଦାର କରାଯାଇଛି।ଜୟପାଟଣା ବ୍ଲକ କଂଗ୍ରେସ କମିଟିର ସଭାପତି ସୁଶୀଲ କୁମାର ନାଏକ ମଧ୍ୟ ଜୟପାଟଣାରେ ବନ୍ଦ କୁ ସଫଳ କରିଛନ୍ତି।ରାଜ୍ୟରେ ଧାନ ମଣ୍ଡି ଧାନ ବିକ୍ରିରେ ଅବ୍ୟବସ୍ଥା, ଟୋକନ ଯାତନା, ମଣ୍ଡିରେ କଟନି ଛଟନି, ୧୫୦ କ୍ରିଣ୍ଟାଲ ବିକ୍ରି ପରେ ୮୦୦ ଟଙ୍କା ଇନ୍‌ପୁଟ୍ ସବସିଡ଼ି ଦିଆ ନ ଯିବା, ପ୍ରଦୂଷଣ ନାମରେ ଟଙ୍କା ଅସୁଲ ଭଳି ଅନେକ ଅବ୍ୟବସ୍ଥା କୁ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି। ଜୟପାଟଣା ରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ସଂଯୋଜକ ତରୁଣ କୁମାର ନାଏକ, ନେତ୍ରମଣୀ ନାଗ, ପୁରୁଷତ୍ତମ ମାଝୀ, ନୂତନ ଶବର, ନିତ୍ୟା ମାଝୀ, ପରମାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ରହି ବନ୍ଦ କୁ ସଫଳ କରିଥିଲେ।