ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ଏହି ପରିପେକ୍ଷିରେ କଳାହାଣ୍ଡି ଜିଲ୍ଲା ରେ ତାର ପ୍ରଭାବ ପଡିଥିବା ଦେଖିବା କୁ ମିଳିଛି। ଧର୍ମଗଡ ଉପଖଣ୍ଡ ବିଭିନ୍ନ ବ୍ଲକ ସରକାରୀ ବେସରକାରୀ, ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ଓ ବ୍ୟାଙ୍କ ସେବା ଭଳି କାର୍ଯ୍ୟାଳୟ ଠପ ହୋଇପଡିଛି। ଯାନବାହାନ ଚଳାଚଳ ବନ୍ଦ ପଡିଥିବା ବେଳେ ଲୋକେ ନାଇନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ନଜର ରହିଛି। ଧର୍ମଗଡ ସହର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।ସକାଳ ୬ଘଣ୍ଟା ସମୟରେ ନବ ନିର୍ମାଣ କୃଷକ ସଂଘ ର ସଦସ୍ୟ ଓ ବିଭିନ୍ନ ଦଳୀୟ କର୍ମକର୍ତ୍ତା ମାନେ ସହର ବିଭିନ୍ନ ସ୍ଥାନରେ ନାରବାଜି ଦେବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।ଧର୍ମଗଡ ସହର ରେ ସରକାରୀ ବେସରକାରୀ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ପଡିଥିଲା।ଏହି ବନ୍ଦ ଡାକରା କୁ ବ୍ଲକ କଂଗ୍ରେସ ,ବିଜେଡି ସମେତ ଓବି ସି ମୋର୍ଚ୍ଚା ,ସି ପି ଏମ ସହ ବିଭିନ୍ନ ସଂଗଠନ ଏହାକୁ ସମର୍ଥନ ଦେଇଥିଲେ।ବନ୍ଦ ଡାକରା ର ମୁଖ୍ୟ ଦାବି ଗୁଡିକ ମଧ୍ୟରେ ରାଜ୍ୟରେ ଥିବା ବିଭିନ୍ନ ଧାନ ମଣ୍ଡି ମାନଙ୍କରେ ଅବ୍ୟସ୍ଥା ସହ କଟନୀଛଟନି କରି ଚାଷୀ ଶୋଷଣ ନୀତି କୁ ସମ୍ପୁର୍ଣ୍ଣ ବନ୍ଦ, ଟାଟା ପାୱାର ସ୍ମାର୍ଟ ମିଟର ମାଧ୍ୟମରେ ଗ୍ରାହକ ଙ୍କ ଶୋଷଣ କରୁଥିବା ନୀତି କୁ ବନ୍ଦ କରିବା ଓ ପୋଲସନ ଆଳ ଦେଖାଇ ଜନସାଧାରଣ ଙ୍କ ଠାରୁ ମାତ୍ରାଧିକ ଟଙ୍କା ଆଦାୟ କରିବା ବ୍ୟବସ୍ଥାରେ ରୋକ ଦେବା ପ୍ରମୁଖ ଦାବୀ ରହିଛି। ଏହି ଦାବୀ ସପକ୍ଷରେ ତଥା ନବ ନିର୍ମାଣ କୃଷକ ସଂଘ କୁ ସମର୍ଥନ ଦେଇ ବିଜେଡି ବ୍ଲକ ସଭାପତି ଡାକେ ଲହଜଳ ,ସାଧାରଣ ସମ୍ପାଦକ-ଲିପୁ ମହାନ୍ତି,ସମ୍ପାଦକ ଲବଣି ରାଉତ,ରତନ ନାଏକ,କୃପା ଚଣ୍ଡି, ଦୟମାଝୀ,କଂଗ୍ରେସ ବ୍ଲକ ସଭାପତି ପ୍ରେମ ଲାଲ ସାଗର,ଜିଲ୍ଲା ଉପସଭାପତି ଫକୀର ଚରଣ ନାଏକ,ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତି -ଧରଣୀ ଧର ଧଙ୍ଗଡା ମାଝୀ,ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି-ଗୋଲୁ ନାଏକ, ସୁରେଶ ମୁଣ୍ଡ,ଓ ବି ସି -ମୋର୍ଚ୍ଚା ଜିଲ୍ଲା ସଭାପତି -ଡମ୍ବରୁ ଧର ଲହଜଳ, ସି ପି ଆଇ ନେତା ଜଗଦୀଶ ଦୁର୍ଗା ,ଆଦିବାସୀ ନେତା ଶ୍ୟାମ ସୁନ୍ଦର ମାଝୀ ପ୍ରମୁଖ ବନ୍ଦ ଡାକରା ସମର୍ଥନ ଦେଇ ରାଜ୍ୟ ସରକାର ଙ୍କ ଉପରେ ବର୍ଷି ଥିଲେ।
