ଡୁମେରପାଲି ରେ ରାମାୟଣ ପାରାୟଣ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ଅନ୍ତର୍ଗତ  ଡୁମେରପାଲି ଛକରେ ଏକାଦଶୀ ଉଜ୍ଯାପନ ଅବସରରେ ଶ୍ରୀ ଶ୍ରୀ ରାଧା କୃଷ୍ଣ ଙ୍କ ପୃଜା ଓ ଗାୟୀକା ରଶ୍ମିତା ମିଶ୍ର ତୃତିୟ ଦିନ ବ୍ୟାପୀ କର୍ତ୍ତା ମଙ୍ଗଳୁ ରଣା ତାଙ୍କର ଧର୍ମପତ୍ନୀ ଯୋଶୋଦା ରଣାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜକ ଭାବେ ଉଦ୍ଧବ ପଣ୍ଡା ପୂଜା କାର୍ଯ୍ୟ ତୁଳାଇଥିବାବେଳେ ପରମାନିଧି ସହଯୋଗ କରିଥିଲେ।  ବାବାଜୀ ବୈଷ୍ଣବ ଯୋଗ ଦେଇଥିଲେ। ଏଥିରେ ବମକ, ନୁନପୁର କୁଟିଗୁଡୁମ, ଡୂମେରପାଲି ପଡୋଶୀ ଗ୍ରାମ ର ଶହ ଶହ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।