ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୪୬୬୭ଟି ଘର ଆର୍ଥିକବର୍ଷ ୨୦୨୫-୨୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟାର୍ଗେଟ ରହିଥିବାବେଳେ ସେଥିମଧ୍ୟରୁ ୩୩୯୫ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି । ଏନେଇ ଗତକାଲି ‘କ୍ରାନ୍ତିକ୍ଷେତ୍ର ଡିଜିଟାଲରେ ଏକ ଶିର୍ଷକ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ଭାଲୁକନାଡ଼ି ପଞ୍ଚାୟତର ବିଭିନ୍ନ ଗାଁରେ ଅଧାପନ୍ତରିଆ ହୋଇ ରହିଥିବା ଘର ଦେଖି ବୁଲିଛନ୍ତି। ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀ, ବିପିସି ଶିବାନନ୍ଦ ଶତପଥୀଙ୍କ ସମେତ ଭାଲୁକନାଡ଼ି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଗାଇନ ଓ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ସୂଚନା ଯୋଗ୍ୟ ବ୍ଲକରେ ୪ହଜାର ୬ଶହ ୬୭ଟି ଘର ମଧ୍ୟରୁ ମାତ୍ର ୧୨୭୨ଟି ଘର ସମ୍ପୂର୍ଣ୍ଣ ହୋଇଛି । ବ୍ଲକର ବଡ଼ଟେମରା ପଞ୍ଚାୟତରେ ୭୨, ବକଡାବେଡା ୭୫, ବାଣୁଆଗୁଡା ୧୪୨, ବେଳଗାଁ ୧୧୨, ଭାଲୁକୋନାଡି ୯୨, ଭିକ୍ଷୀଆ୨୪୨, ଚଚା୨୬୭, ଚକଳାପଦର ୨୪୦, ଚାଟିଗୁଡା ୫୪, ଧାମନାଗୁଡା ୧୭୨, ଚିତାବେଡା ୧୫୬, ଧୋଡ଼ରା ୩୨୩, ଡ଼ଙ୍ଗରୀଗୁଡା ୧୨୬, ଏକମ୍ବା ୭୨, ଗୁରୁସିଙ୍ଗା ୧୨୦, ଇଛାପୁର, ୧୧୫, ଝରିଗାଁ ୨୬୮, କାନାକୋଟ ୧୭୪ କୁଟ୍ରିଛାପର ୭୮, ପାଳିଆ ୧୮୦, ଫୁଫୁଗାଁ ୬୦, ରାତାଖଣ୍ଡି ୧୯୯ , ତେଲନଦୀ ୫୭ ଆବାସ ଘର ମଞ୍ଜୁର ହୋଇଛି । ସେଥିମଧ୍ୟରୁ ବ୍ଲକରେ ୨୭.୨୬% ଘର ସମ୍ପୂର୍ଣ ହୋଇଛି । ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ଆଜି ଗାଁ ଗାଁ ଦେଖି ବୁଲିବା ସହ ତଦାରକ କରିଥିଲେ। ଅଧାପନ୍ତରିଆ ହୋଇ ରହିଥିବା ହିତାଧିକାରୀଙ୍କ ଘରକୁ ଶୀଘ୍ର ସମ୍ପୂର୍ଣକରିବାକୁ ବୁଝେଇ ଥିବା କହିଛନ୍ତି। ଏନେଇ ବିଡ଼ିଓ ଙ୍କୁ ପଚାରିବାରୁ ଅସମ୍ପୂର୍ଣ୍ଣ ଘରକୁ ଆଗରୁ ମଧ୍ୟ ଯାଇଥିଲୁ।ଗୋଟେ ସର୍ଭେ ହୋଇଥିଲା ସର୍ଭେରେ ବିବାଦ କେସକୁ ତଦନ୍ତ କରିବା ସହ ଅସମ୍ପୂର୍ଣ୍ଣ ଘରକୁ ଶୀଘ୍ର ସମ୍ପୂର୍ଣ କରିବାକୁ ବୁଝାଯାଇଥିଲ । ହିତାଧିକାରୀଙ୍କୁ ଆମେ ବାରମ୍ବାର ନୋଟିସ କଲେ ମଧ୍ୟ କେହି ମାନୁନାହାନ୍ତି ।ଘର ଗୁଡ଼ିକ ଅସମ୍ପୂର୍ଣ୍ଣ ରହିଥିବାରୁ ନୂତନ ଘର ମଧ୍ୟ ମଞ୍ଜୁର ହୋଇପାରୁ ନାହିଁ କହିଛନ୍ତି ।
