ଓଏଭି ଜୁନାଗଡର ଛାତ୍ର ଅନିକେତ ପଣ୍ଡା ଜିଲା ଟପ୍ପର

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଜୁନାଗଡ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ମେଧାବୀ ଛାତ୍ର ଅନିକେତ ପଣ୍ଡା କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି। ସେ ୫୦୦ ମାର୍କରୁ ୪୮୮ ମାର୍କ (୯୭.୬%) ପ୍ରତିଶତ ରଖଛନ୍ତି। ଅନିକେତ ଏସ.କେ.ଏସ କୋଚିଂ ସେଣ୍ଟରରେ ପଢି ତାଙ୍କର ପ୍ରସ୍ତୁତି କରିଥିଲେ। ଅନିକେତ ଜୁନାଗଡ ସହର ଲକ୍ଷ୍ମୀ ସାଗର ପଡାର ନିବାସୀ ନରେନ୍ଦ୍ର କୁମାର ପଣ୍ଡା ଓ ମାତା ଜୋସ୍ନାମୟୀ ପଣ୍ଡାଙ୍କ ଏକମାତ୍ର ପୁଅ ଅଟନ୍ତି। ଭବିଷ୍ୟତରେ ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖି ଏବେଠାରୁ ସଙ୍କଳ୍ପ ନେଇଛନ୍ତି। ତାଙ୍କ ସଫଳତା ପରେ ଦେଶାବିରାଟ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି।