ସପ୍ତଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନାଏକେନଗୁମା ଖେଳାଳି ଦଳ ଚମ୍ପିୟାନ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ପ୍ରିୟଦର୍ଶିନୀ ଇନ୍ଦିରା ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ସପ୍ତ ଦିବସୀୟ ପାଦ ପେଣ୍ଡୁ ପ୍ରତିଯୋଗୀତା ମଣ୍ଡଳ ସାଗର ଖେଳ ପଡିଆ ଠାରେ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ତାପସ କୁମାର ଦାସ, ଭୂପେନ୍ଦ୍ର ଗୋପାଳ, ସଞ୍ଜୀବ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ଦୁଃଶାସନ ଖରସେଲ, କାର୍ତ୍ତିକ ମାଝୀ ଓ ନୀଳ ନାଏକ ପ୍ରମୁଖ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ମଣ୍ଡଳ ବିରମାଟି ପକ୍ଷରୁ ଆୟୋଯିତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ମଣ୍ଡଳ ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ଅନଙ୍ଗସେନ ବାଗ ମୁଖ୍ୟ ଅତିଥି, ମଣ୍ଡଳ ଗ୍ରାମ ପଞ୍ଚାୟତ ସରପଞ୍ଚ ତ୍ରୟମ୍ବକ ଭୋଇ, ଡଃ. ହିମାଂଶୁ ବିଶ୍ଵାଳ, ଅଭିନ୍ନ ଚନ୍ଦ୍ର ବେହେରା, ସଦାଶିବ ଭୋଇ, କିଶୋର ହଂସ, ଜନ୍ମେଜୟ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଅଭିବାଦନ କରିବା ସହ ଉତ୍ସାହିତ କରିଥିଲେ।  ଉଦଯାପନୀ ଦିବସର ଫାଇନାଲ ଖେଳ ନାଏକେନ୍ ଗୁମା ଓ ତରାପୁର କର୍ଲାକୋଟ ମଧ୍ୟରେ ଅନୁଷ୍ଠୀତ ହୋଇଥିଲା, ନାଏକେନଗୁମା ଖେଳାଳି ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ। ଚମ୍ପିୟାନ ଏବଂ ରନର୍ସ ଦଳକୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ପ୍ରିୟଦର୍ଶିନୀ ଇନ୍ଦିରା ଯୁବକ ସଂଘ ସଭାପତି ସାନୁର୍ଯ୍ୟ ମାଝୀ, ସମ୍ପାଦକ ମଳୟ ଭୋଇ ତଥା ମଣ୍ଡଳ ବିର ମାଟି ଯୁବକ ସଂଘର କର୍ମକର୍ତ୍ତା ଏବଂ ଖେଳ ପ୍ରେମୀ ସକ୍ରିୟ ସହଯୋଗ କରିଥିଲେ, ଶିକ୍ଷକ କୁସଲେଶ୍ୱର୍ ମାଝୀ ମଞ୍ଚପରିଚାଳନା କରିଥିବା ବେଳେ ଚକ୍ରଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *