ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଜାନି ସାହି ଘର ଦାଣ୍ଡରେ କାଦୁଅ ଓ ଦୂଷିତ ପାଣି ଜମା ହୋଇଥିବା ନଜର ଆସିଛି। ସାହି ଉପରେ ବିଲ ରହିଥିବା ହେତୁ ବିଲ ପାଣି କାଦୁଅ ଓ ନିକଟରେ ଥିବା ନଳକୂପର ବ୍ୟବହୃତ ପାଣି ସାହି ଭିତରେ ପଶି ପ୍ରବାହିତ ହେଉଛି। ଦୂଷିତ ପାଣି କାଦୁଅ ଅସମ୍ଭାଳ ଦୁର୍ଗନ୍ଧରେ ସାହି ଭିତରେ ରହିବା କଷ୍ଟକର ହେଉଛି ବୋଲି ଗାଁ ଲୋକ କହିଛନ୍ତି। ଜଳ ନିଷ୍କାସନ ପାଇଁ ଡ୍ରେନ୍ ନାହିଁ ଯାହା ଦ୍ୱାରା ପ୍ରବାହିତ ଜଳ ଘର ଦାଣ୍ଡରେ ବହୁଛି ଯାହା ଫଳରେ ଲୋକ ଚାଲିବା ବି ହେଉ ନାହିଁ। ଏ ନେଇ ବାରମ୍ବାର ଜନ ପ୍ରତିନିଧିଙ୍କୁ କହିବା ପରେ ବି କେହି କର୍ଣ୍ଣପାତ କରୁ ନାହାଁନ୍ତି କି ପ୍ରଶାସନର ନଜର ଜମା ପଡୁନାହିଁ। ଏହି ସମସ୍ୟା ନଜର ଆସିଲା ପରେ ସମାଜସେବୀ ସନ୍ତୋଷ କୁମାର ବଛା ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲେ। ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଗୋଷ୍ଟି ଉନ୍ନୟନ ଅଧିକାରୀ କହିଥିଲେ। ତେବେ ଦେଖାଯାଉ କେବେ ଗ୍ରାମବାସୀଙ୍କ ର ଏହି ସମସ୍ୟାର ସମାଧାନ କେବେ ସୁଧା ହୋଇ ପାରୁଛି।
