ଚିତ୍ରଗୁପ୍ତ ଦେବଙ୍କ ପୂଜା ମହୋତ୍ସବ ପାଇଁ କଳସ ଯାତ୍ରା

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଆଞ୍ଚଳିକ କରଣ ସମାଜ ପକ୍ଷରୁ ଝରୀଆଗୁଡ଼ା ଗ୍ରାମରେ ଆସନ୍ତାକାଲି (ବୁଧବାର) ଭଗବାନ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ୨୨ତମ ପୂଜା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଝରୀଆଗୁଡ଼ା ସ୍ଥିତ ପୂଜାମଣ୍ଡପରୁ ବାହାରିଥିବା ଏହି ଶୋଭାଯାତ୍ରାରେ ମହିଳାମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ କଳସ ଧରି ସ୍ଥାନୀୟ ପୋଖରୀରୁ ପବିତ୍ର ଜଳ ସଂଗ୍ରହ କରିଥିଲେ। ଏହି କଳସ ଯାତ୍ରା ସମୟରେ ବାଜା, ଘଣ୍ଟ୍ ଏବଂ ସଂକୀର୍ତ୍ତନର ମଧୁର ସ୍ୱରରେ ସମଗ୍ର ଗ୍ରାମ ପରିବେଶ ଆଧ୍ୟାତ୍ମିକ ଏବଂ ଉଲ୍ଲସିତ ହୋଇପଡ଼ିଥିଲା। ଏହି ପୂଜା ଉତ୍ସବରେ ମୁକୁନ୍ଦ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ମାଧବୀ ପଟ୍ଟନାୟକ କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ପୂଜକ ପିତାମ୍ବର ଦାଶ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କଳସ ଯାତ୍ରାରେ ଆଞ୍ଚଳିକ କରଣ ସମାଜ ସଭାପତି ସହଦେବ ପଟ୍ଟନାୟକ, ସମ୍ପାଦକ ନାରାୟଣ ପଟ୍ଟନାୟକ, କୋଷାଧ୍ୟକ୍ଷ ପିତାମ୍ବର ପଟ୍ଟନାୟକ, ଉପଦେଷ୍ଟା କାଳ୍ପବଟ ପଟ୍ଟନାୟକ, ପଙ୍କଜ ପଟ୍ଟନାୟକ, ଯତୀନ୍ଦ୍ର ପଟ୍ଟନାୟକ, ସଭ୍ୟ ଦଶରଥ ପଟ୍ଟନାୟକ, ଅଭିମନ୍ୟୁ ପଟ୍ଟନାୟକ, ଅକ୍ଷୟ ପଟ୍ଟନାୟକ, ଅତୁଲ୍ୟ ଭୂଷଣ ପଟ୍ଟନାୟକ, ପ୍ରଜାପତି ପଟ୍ଟନାୟକ, ରାମକୃଷ୍ଣ ପଟ୍ଟନାୟକ, ଲୋକନାଥ ପଟ୍ଟନାୟକ, ନୀଳକଣ୍ଠ ପଟ୍ଟନାୟକଙ୍କ ସମେତ ଆଞ୍ଚଳିକ କରଣ ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *