ଯାଦବ ନେତା ଶଙ୍କର ହଂସଙ୍କ ଶ୍ରଦ୍ଧାଞ୍ଜଳି ସଭା

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ଥୁଆମୂଳ ରାମପୁର ବ୍ଲକ ଯାଦବ ମହାସଭାର ସଭାପତି ସ୍ୱର୍ଗତ ଶଙ୍କର ହଂସଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ହଂସଙ୍କ ପରିବାରବର୍ଗ ଓ ଥୁଆମୂଳ ରାମପୁର ବ୍ଲକ ଯାଦବ ମହାସଭା ପକ୍ଷରୁ ଏନେଇ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାର ଅଧ୍ୟକ୍ଷତା କରିଥିଲେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ। ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜୀ, ଉପସଭାପତି ଅଲେଖ ଗୋପାଳ ଓ ଜଗଦୀଶ ଯାଦବ, ଜିଲ୍ଲା ଆଇନ ପରାମର୍ଶଦାତା ସଞ୍ଜୟ ଧଙ୍ଗଡ଼ାମାଝୀ, ଜିଲ୍ଲା ଯୁବ ସଭାପତି ପୀତାବାସ ବେହେରା, ଜିଲ୍ଲା ସମ୍ପାଦକ ତ୍ରିପୁରା ନାୟକ, ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼, ବିଶ୍ୱରଞ୍ଜନ ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଈଶ୍ୱର ବାଗର୍ତ୍ତୀ, ଜିଲ୍ଲା ଯୁବ ଉପସଭାପତି ଡିଲେଶ ନାଗ, ଧର୍ମଗଡ଼ ବ୍ଲକ ଯାଦବ ମହାସଭା ସଭାପତି ଶଙ୍କରପ୍ରସାଦ ଜୁଏଡ଼, କଳମପୁର ବ୍ଲକ ସଭାପତି କୃଷ୍ଣ ଲାହଜଲ, ଉପସଭାପତି ନରେନ୍ଦ୍ର ବାଗ, ସହସମ୍ପାଦକ ଡମ୍ବରୁଧର ନାଗ, ଲାଞ୍ଜିଗଡ଼ ବ୍ଲକ ସଭାପତି ରଘୁବୀର ନାଗ, ଉପସଭାପତି ଶୋଭାବନ ଛତର, ଥୁଆମୂଳ ରାମପୁର ବ୍ଲକ ସମ୍ପାଦକ ଶିବରାତ୍ର ଗୌଡ଼, ବ୍ଲକ ମହିଳା ସଭାନେତ୍ରୀ ମଞ୍ଜୁରୀ ଗହୀର, ସମ୍ପାଦିକା ମଧୁସ୍ମିତା ନାଗ, ସହସମ୍ପାଦିକା ଲକ୍ଷ୍ମୀ ବାଗ, ଯୁବ ସଭାପତି ଅମିନ୍ଦ୍ର ନାଏକ, ଯୁବ ସମ୍ପାଦକ ଦଶରଥ ନାଗ, ଲବ ଗୌଡ଼, ସମସ୍ତ ଗଉଡ଼, ସନ୍ତୋଷ ଗଉଡ଼ଙ୍କ ସମେତ ଥୁଆମୂଳ ରାମପୁର ଓ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ବହୁ କର୍ମକର୍ତ୍ତା, ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଉପସ୍ଥିତ ରହି ସ୍ୱର୍ଗତ ଶଙ୍କର ହଂସଙ୍କ ସାମାଜିକ ଅବଦାନ, ଯାଦବ ସମାଜ ପ୍ରତି ତାଙ୍କର ସମର୍ପଣ ଏବଂ ସଂଗଠନ ପ୍ରତି ତାଙ୍କ ନିଷ୍ଠାକୁ ସ୍ମରଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ପରାମର୍ଶଦାତା ପଙ୍କଜ ଗୌଡ଼ ଓ କଳକୀ ବାଗ। ସ୍ୱର୍ଗତ ହଂସଙ୍କ ଧର୍ମପତ୍ନୀ ଶକୁନ୍ତଳା ହଂସ, ପୁତ୍ର ଦୌଳତ ଚନ୍ଦ୍ର ହଂସ, ସୁନୀଲ କୁମାର ହଂସ ଓ ଅନିଲ କୁମାର ହଂସ, ପୁତ୍ରବଧୂ ଅମ୍ବିକା ହଂସଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଉପସ୍ଥିତ ଅତିଥି ଓ ସମାଜର କର୍ମକର୍ତ୍ତାମାନେ ଗଭୀର ସମବେଦନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *