କଳମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ସରକାର ଚାଷୀ ଓ ଉଦ୍ଦୋଗୀ ମାନଙ୍କ ଦ୍ବାରା କିପରି ଆୟ ବୃଦ୍ଧି ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରକୁ ଅଧିକ ସମୃଦ୍ଧ ସହ ଅଧିକ ଲାଭ ଦାୟକ କରିବା ପାଇଁ ନୂଆଁ ନୂଆଁ ଯୋଜନା ପ୍ରଣୟନ କରିଛନ୍ତି । ଯୋଜନାର ସଫଳ ରୂପାୟନ ସହ ସରକାରୀ ପ୍ରୋତ୍ସାହନ, ପ୍ରଶିକ୍ଷଣ, ଆଧୁନିକ ପ୍ରଯୁକ୍ତି ଏବଂ ଆବଶ୍ୟକ ସହାୟତା ଯୋଗାଇବା ସହ ସଦୁପଯୋଗ କରି ଚାଷୀ ଅଧିକ ଲାଭ ଦାୟକ ହେବେ ସେଥିପାଇଁ ସରକାର ରାଜ୍ୟ ସ୍ତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତାହାକୁ ଜିଲ୍ଲାରେ ଏବଂ ଦୁଇ ବର୍ଷ ହେବ ତାହାକୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ କରିଥିବାରୁ ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲା କଲମପୁର ମଣ୍ଡି ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ମେଳା ଆୟୋଜିତ ହୋଇଯାଇଛି। କଲମପୁର ବ୍ଲକର ୧୧ଟି ପଞ୍ଚାୟତରୁ ଶତାଧିକ ଚାଷୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଭାବରେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗୀଙ୍କ ସଭାପତିତ୍ବ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଧର୍ମଗଡ଼ ଡା.ମଧୁସୂଦନ ଦାସ ମୁଖ୍ୟ ବକ୍ତା, ସାଂସଦ ପ୍ରତିନିଧି ଅରୁଣ ଜଗରିଆ, ରାଜ୍ୟସଭା ସାଂସଦ ପ୍ରତିନିଧି ମନୋଜ ନାଏକ, ତହସିଲଦାର ସ୍ମରଣିକା ତୁଲ୍, ଘନଶ୍ୟାମ ନାଏକ, ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ଭବାନୀ ଶଙ୍କର ପଣ୍ଡା, କଲମପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ. ରଞ୍ଜିତ ସାମନ୍ତ ସିଂହାର, ସହକାରୀ ମତ୍ସ୍ୟ ଅଧିକାରୀ ମାନବେସ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।

ସରକାରଙ୍କର ଯେଉଁ ଯେଉଁ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁଛି, ତାହାକୁ ଚାଷୀ କିପରି ଦ୍ଵିଗୁଣ କରିବା, ଗ୍ରାମୀଣ ଅର୍ଥନୀତି ବଢିବା, ନୂତନ ଜ୍ଞାନକୌଶଳରେ ପ୍ରାଣୀ ପାଳନ କରିବା ଉପରେ ମଞ୍ଚାସିନ ଅତିଥି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଣୀ ପାଳନ ଓ ମତ୍ସ ଚାଷୀ ମାନଙ୍କୁ ସମ୍ବର୍ଦ୍ଧନା ସହ ଅର୍ଥରାଶି ଚେକ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପରିସରରେ ପ୍ରାଣୀ ସମ୍ପଦ ବିଭାଗ, ମତ୍ସ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ମିଶନ ଶକ୍ତି, ଓମଫେଡ ବିଭାଗ ଭଳି ୧୨ଗୋଟି ଷ୍ଟଲ ପ୍ରଦର୍ଶନ କରାଯାଇଥିବାଲା। ପ୍ରାଣୀଧନ ନିରୀକ୍ଷକ କୈଳାସ ଚନ୍ଦ୍ର ସାହୁ, ଗୌରୀଶଙ୍କର ବେହେରା, ପଦ୍ମ କିଶୋର ରଣା ପ୍ରମୁଖ ଉପସ୍ଥିତ ରହି ମେଳାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ କଲମପୁର ଲାଇଫ ଷ୍ଟକ୍ ଟେକ୍ନିଶୀୟାନ ନୀଳକଣ୍ଠ ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ବିଡ଼ିଓ ମାଣ୍ଡାଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
