ମ. ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଉତ୍ତର ବନଖଣ୍ଡ ମ. ରାମପୁର ବନାଞ୍ଚଳ ତରଫରୁ ସହକାରୀ ବନ ସଂରକ୍ଷକ ଅସିତ କୁମାର ଦାଶଙ୍କ ତତ୍ୱାବଧାନରେ ସୁଲେସୁରୁ ବନ ସୁରକ୍ଷା ସମିତି ଅନ୍ତର୍ଗତ ମୁଖିପଟା ଜଳ ପ୍ରପାତ ବଣଭୋଜି ସ୍ଥଳ ରେ ଏକକ ବ୍ୟବହାର ପ୍ଲାଷ୍ଟିକ ଯଥା – ଜରି, ପାଣି ବୋତଲ, ପାଉଚ, କାଚ ବୋତଲ ଭଳି ଜଙ୍ଗଲ,ପରିବେଶ, ବନ୍ୟଜନ୍ତୁ ଓ ଗୃହପାଳିତ ପଶୁ କୁ କ୍ଷତି କରୁଥିବା ଆବର୍ଜନା ର ସଫେଇ ଓ ସଚେତନ କାର୍ଯ୍ୟକ୍ରମ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନପାଳ ବିଶ୍ୱଜିତ ଠାକୁର, ଦୀପକ ସା, ରତ୍ନାକର ଧାରୁଆ, ସମ୍ପଦ କୁମାର, ସୁଭେନ୍ଦୁ ବିଶି ସମେତ ସମସ୍ତ ବନରକ୍ଷୀ, ପାରା କର୍ମଚାରୀ, ସହଯୋଗି ଅନୁଷ୍ଠାନ ଗ୍ରାମ୍ୟ ବିକାଶ ସଂଗଠନ ର କର୍ମଚାରି ଏବଂ ସୁଲେସୁରୁ ବନ ସୁରକ୍ଷା ସମିତି ସଦଷ୍ୟ, ମହିଳା ଗୋଷ୍ଟି ସାମିଲ ହୋଇ ପ୍ଲାଷ୍ଟିକ, ଆବର୍ଜନା ସଫେଇ ଓ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଦଳପତି ପ୍ରଦିପ କୁମାର ସାହୁ ପରିଚାଳନା କରିଥିଲେ।
