କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ମାଝୀଗୁଡାଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଆଞ୍ଚଳିକ ଡମ ସମାଜର ସଭାପତି ବନମାଳୀ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଧବଲେଶ୍ୱର ନାଗ, ଉପସଭାପତି ପୁରୁଷୋତ୍ତମ ନାଏକ, କୋଷାଧ୍ୟକ୍ଷ ଖଗେଶ୍ବର ପାଣିଗ୍ରାହୀ, ଅଜୟ ଦୀପ, ସହ ସମ୍ପାଦକ ରମେଶ ଚନ୍ଦ୍ର ଦୁର୍ଗା, ଉପଦେଷ୍ଟା କୁରୁକ୍ଷେତ୍ର ପାଣିଗ୍ରାହୀ, କ୍ଷେତୁରାମ ପାତ୍ର, ମକରନ୍ଦ ବାଗ, ରାମଚନ୍ଦ୍ର ପାଣିଗ୍ରାହୀ, ଡମ୍ବରୁଧର ଦୁର୍ଗା, ଯୁଗେଶ୍ବର ବେଶ୍ରା, ତ୍ରିନାଥ ବାଗ, ପରମେଶ୍ୱର ପାଣିଗ୍ରାହୀ, କୃପାସିନ୍ଧୁ ପାଣିଗ୍ରାହୀ, ଉଗ୍ରସେନ ବାଗ, ଦିଗାମ୍ବର ବେମାଲ, ଲଛମନ ନାଏକ, କୌଶିକ ଦୁର୍ଗା ପ୍ରମୁଖ ଉପସ୍ଥିତ ପ୍ରେସ ବିବୃତ୍ତି ପ୍ରଦାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ କୁହାଯାଇଛି ଯେ’ ଅଞ୍ଚଳିକ ଡମ୍ ସମାଜ କୋକସରା ତାର ନିଜସ୍ୱ ଏକ ସମାଜ ଭବନ କୋକସରା ବଜାର ରାସ୍ତା ଉପରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। ଉକ୍ତ ଭବନ ନିର୍ମାଣ ପାଇଁ ୨ ଡିସମିନ୍ କୋକସରାର ଜୈନକ ବ୍ୟକ୍ତି ଦାନ ସୂତ୍ରରେ ପଟ୍ଟା କରି ଦେଇଛନ୍ତି। କିନ୍ତୁ ଭବନ ନିର୍ମାଣ ସମୟରେ କିଛି ଅଂଶ ବ୍ୟକ୍ତିଗତ ଜାଗାରେ ମାଡ଼ି ଯାଇଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଣେ ଭବନ କାର୍ଯ୍ୟ ନିର୍ମାଣ ନିମନ୍ତେ ଅନୁରୋଧ କ୍ରମେ ୫ଟି ରୁ ୧୦ ଲକ୍ଷ ଏବଂ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସମୁଦାୟ ୧୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। କିନ୍ତୁ ଭବନଟି ବିବାଦୀୟ ଜାଗାରେ ଗଡି ଉଠିଥିବାରୁ ବର୍ତ୍ତମାନ କାର୍ଯ୍ୟ ଆଗକୁ ବଢ଼ି ପାରୁନାହିଁ। ପ୍ରଶାସନ ଏବଂ ସମାଜର ମିଲିତ ଆଲୋଚନା ଚକ୍ରରେ ଜମି ବିବାଦ ନହେବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ କାର୍ଯ୍ୟ ଆଗକୁ ବଢ଼ି ପାରିବ ନାହିଁ ବୋଲି ସାମାଜିକ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ସମାଜରେ ବିବାଦୀୟ ସ୍ଥିତି ସତ୍ତ୍ୱେ ନିଜର ମନମୂତାବକ ପ୍ରଶାସନ ଓ ସମାଜର ସିକୃତି ସତ୍ତ୍ୱେ ସେହି ଭବନରେ ନିର୍ମାଣ କାର୍ଯ୍ୟ ଜୈନକ ବ୍ୟକ୍ତି ନିର୍ମାଣ କରି ଚାଲିଛନ୍ତି। ଯାହାକୁ ଆଞ୍ଚଳିକ ଡମ୍ବ ସମାଜ ତିବ୍ର ବିରୋଧ କରିବା ସହ ନିନ୍ଦା କରିଛନ୍ତି। ଏବଂ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସମାଜ ଦାବି କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
