ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳୁଛି ଏକ ବଡ଼ ସଫଳତା। ବାଲିଗୁଡ଼ାରୁ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିବା ପଇଡ଼ ବୋଝେଇ ଟାଟା ଆଇଚର ଟ୍ରକ ରୁ ଜବତ ହେଲା ୧୯୧ କେଜି ଗଞ୍ଜେଇ। ସୂଚନା ଅନୁଯାଇ ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଥାନ ଆଇ ଆଇସି ଶିବରାଜ ସିଂଘାଙ୍କ ନେତୃତ୍ୱରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଶୁଡ୍ରା ଘାଟିରେ ପେଟ୍ରୋଲିଃ କରୁଥିବାବେଳେ ଦ୍ରୁତ ଗତିରେ ଯାଉଥିବା ପଇଡ଼ ବୋଝେଇ ଟ୍ରକ କୁ ପିଛା କରିଥିଲେ। ଟ୍ରକ ଡ୍ରାଇଭର ରାସ୍ତା ମଝିରେ ଟ୍ରକ ଟିକୁ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ପଇଡ଼ ବୋଝେଇ ଟ୍ରକ କୁ ଯାଞ୍ଚବେଳେ ଟ୍ରକ ଭିତରୁ ୧୯୧ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଥାନାରେ ଏନଡିପିଏସ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
