କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ସଦର ମହକୁମା ସ୍ଥିତ କସ୍ତୁରବା ଖେଳପଡ଼ିଆରେ କୋକସରା ସ୍ପୋର୍ଟସ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ଶରତ ଚନ୍ଦ୍ର ପୂଝାରୀ (ଧରୁଆ) ସ୍ମାରକୀ ସର୍ବଭାରତୀୟ ଫୁଟ୍ବଲ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି। ଉଦଯାପିତ ମ୍ୟାଚ୍ ଟିଟିଲାଗଡ଼ ରାଇଜିଂ ଷ୍ଟାର ଓ ଶିବଶକ୍ତି ପଡୁଆ ନବରଙ୍ଗପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିଟିଲାଗଡ଼ ରାଇଜିଂ ଷ୍ଟାର ୫/୦ ଗୋଲ ଦେଇ ଶିବଶକ୍ତି ପଡୁଆ ନବରଙ୍ଗପୁରକୁ ହରାଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଫାଇନାଲ ଖେଳକୁ ଡୋଳଗୋବିନ୍ଦ ମୁଣ୍ଡା ପରିଚାଳନା କରିଥିବାବେଳେ ନବୀନ ବଗର୍ତ୍ତୀ ଓ ଶେଷଦେବ ମଲ୍ଲୀକ ଲାଇନମ୍ୟାନରେ ସହଯୋଗ କରିଥିଲେ, ଅମିତ ମହାନ୍ତି, ନିର୍ମଳ ଦଣ୍ଡସେନା, ଚିତ୍ତରଞ୍ଜନ ଠାକୁର ଓ ଶଙ୍କର ପୋଡ଼ ଚତୁର୍ଥ ରେଫରି ଭାବରେ ଧହିଥିଲେ। ବାବୁଲାଲ ଶବର ଓ ଚଇ ଗୋପାଳ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୋକସରା ଥାନା ଅଧିକାରୀ ସୁଜ୍ଞାନୀ କୁମାର ବାରିକ, କୋକସରା ସରପଞ୍ଚ ତଥା ରାଜ୍ୟ ଓମ୍ଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ପୁରୁଷୋତ୍ତମ ଗୁପ୍ତା, ଉଦ୍ୟାଗୋପଟି ବିକ୍ରମ ଗୁପ୍ତା, ବିଜେପି ନେତା ତ୍ରିନାଥ ଶବର, ଦୁର୍ଗା ପ୍ରସାଦ ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ବର୍ଗତ ଶରତ ଚନ୍ଦ୍ରଙ୍କ ପରିବାରରୁ ତୁଳସା ଧରୁଆ, ନନ୍ଦ କିଶୋର ଧରୁଆ, ଦିଲ୍ଲୀପ ଧରୁଆ, ଦିଲୁ ସିଂ ଧରୁଆ, କଳ୍ପନା ମାଝି, ନିଭ୍ୟା ୟାଚିକା ଧରୁଆ, ଧୀଶ ଧରୁଆ, ରେଶମା ଧରୁଆ, ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ପୋର୍ଟସ କ୍ଲବ୍ର ସଭାପତି ତ୍ରିମୋହନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ନେଗୀ, ସହ ସମ୍ପାଦକ ମହେଶ ଗୁପ୍ତା, ଉପସଭାପତି କାମାକ୍ଷା ନାଏକ, କୋଷାଧ୍ୟକ୍ଷ ସଚିନ ଗୁପ୍ତା, ସ୍ପୋର୍ଟସ କ୍ଲବ୍ର ଉପଦେଷ୍ଟା ତ୍ରିଭୁବନ ନାଏକ, ନବୀନ ନାଏକ, ସ୍ପୋର୍ଟସ କ୍ଲବ୍ର କର୍ମକର୍ତ୍ତା, ମାନସ ରଞ୍ଜନ ବେହେରା, ସୁରଜ ନାଏକ, ଧୀରଜ ନାଏକ, ପପୁ ଦଣ୍ଡସେନା, ପ୍ରବୀଣ ଶବର,ପ୍ରମୁଖ ସହଯୋଗ କରିଥିଲେ।
