କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ହିନ୍ଦୁ ଧର୍ମ ରେ ଗାଈ କୁ ମାତା ହିସାବରେ ମାନି ପୂଜା କରିବା ସହିତ ସେବା କରାଯାଇଥାଏ। ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଞ୍ଚଳରେ କିଛି ଯୁବକ ଏକ ଗାଈ କୁ ମାରି ତାର ମାଂସ ଭାଗ ବଣ୍ଟା କରାଯାଉଥିବା ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଟି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗାଈଦର ଗ୍ରାମର ବୋଲି ଜଣାପଡିଛି। ଘଟଣା ସମ୍ବନ୍ଧରେ ସ୍ଥାନୀୟ କେସିଙ୍ଗା ପୋଲିସ କୁ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଥିଲେ। ହେଲେ ପୋଲିସ ପହଞ୍ଚିବା ଜାଣି ଗାଈ ମାଂସ ଭାଗ ବଣ୍ଟା କରୁଥିବା ଲୋକ ମାନେ ଘଟଣା ସ୍ଥଳରୁ ଛୁ ହୋଇ ଯାଇଥିବା ଜଣାପଡ଼ିଛି। ପୋଲିସ ଏହାର ସତ୍ୟା ସତ୍ୟ ଜାଣିବା ପାଇଁ ତଦନ୍ତ ଚଳାଇଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ହିନ୍ଦୁ ସଂଗଠନ ପକ୍ଷରୁ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହିତ ପ୍ରକୃତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି।
