ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଅଞ୍ଚଳରେ ଥିବା ଢୁଲୁଘାଟି ରେ ଏକ ଅଟୋ ଓଲଟିବା ଫଳରେ ଗାଡ଼ିରେ ବସିଥିବା ୧୨ ଜଣ ଲୋକେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜେଟୁଗୁଡା ଓ ବେଲ ଗାଁ ରୁ ଏହି ଅଟୋ ୧୬ ଜଣ ଶ୍ରମିକଙ୍କୁ ନେଇ ଆସୁଥିଲା। ସେମାନେ ମୋଟେର କୁ ନୀଳଗିରି ଗଛ କାଟିବ ପାଇଁ ଯାଉଥିଲେ। ହେଲେ ଘାଟିରେ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫୋନ୍ ଯୋଗେ ଖବର ପାଇ ଧନସୁଲି ନେତାଜୀ କ୍ଳବ ସଭାପତି ରଶ୍ମି ରଞ୍ଜନ ସାହୁ ଓ ସଦସ୍ୟ ଦୁର୍ଘଟଣା ସ୍ଥାନକୁ ଯାଇ ସହାୟତା କରି ଆହତ ମାନଙ୍କୁ ଡାକ୍ତରଖାନା ପଠାଇଥିଲେ। କ୍ଳବ୍ ସଦସ୍ୟ ଶଶାଙ୍କ ଶେଖର ଓ କାହ୍ନୁ ବେହେରା ବାଇକ ଯୋଗେ ୬ ଜଣ ଆହତ ବ୍ୟକ୍ତି ଙ୍କୁ ନବରଙ୍ଗପୁର ଜିଲ୍ଲା ପାତ୍ରପୁଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ। ପରେ ଜୟପାଟଣା ଅଗ୍ନିଶମ ବିଭାଗ ଗାଡି ରେ ବାକି ୬ ଜଣ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆଣି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ବାକି ସାମାନ୍ୟ ଆହତ ୪ ଜଣ ଙ୍କୁ କ୍ଲବ ସଦସ୍ୟ ମାନେ ପାଣି ବୋତଲ ଓ ବିସ୍କୁଟ ଦେଇ ସହାୟତା କରିଥିଲେ। ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ବର୍ତ୍ତମାନ ତିନି ଜଣ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ତିନି ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଛି।
