ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଗୁରୁଦେବ ଶ୍ରୀ ରାମଚନ୍ଦ୍ର ଯୁକ୍ତ ୩ ବିଜ୍ଞାନ ମହାବିଦ୍ୟାଳୟ କର୍ଲାମୁଣ୍ଡା ବ୍ଲକ ସିଶାଖାଳ କୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ସମ୍ବଲପୁର ମୁରଲିଧର ମାଝୀ ଓ ଷ୍ଟନୋ ଗ୍ରଫର ସଞ୍ଜିପ ସେଠ ପରିଦର୍ଶନରେ ଆସି ଡିଗ୍ରୀ କଲେଜ ଖୋଳିବା ଅନୁମତି ସମ୍ବନ୍ଧିୟ ଯେଉଁ ସବୁ ତଥ୍ୟ ଓ ଭିତ୍ତି ଭୂମି ଆବଶ୍ୟକ ସେସବୁ ପରିକ୍ଷା ନିରିକ୍ଷ କରିଥିଲେ। ଶିକ୍ଷା ନିର୍ଦ୍ଦେଶକ ମତ ପୋଷଣ କରି କହିଥିଲେ ଯେ, ଶିକ୍ଷା ଦାନ ପାଇଁ ଏକ ଅନୁକୂଳ ପରିବେଶ ଓ ବାତାବରଣ ଭିତରେ ବିଦ୍ୟାଳୟ ଟି ଅବସ୍ଥିତ। ପରିଶେଷରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମାଝୀ ସନ୍ତୁଷ୍ଟି ପ୍ରକାଶ କରି ଗୁରୁଦେବ ଶ୍ରୀ ରାମଚନ୍ଦ୍ର ବିଦ୍ୟାଳୟ ଆରମ୍ଭ ପାଇଁ ଅନୁମତି ଦେବାକୁ ଶୁଭ ସୂଚନା ପ୍ରଦାନ କରିଥିବା ଜଣାପଡିଛି।
