ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କର୍ସାହାଣ୍ଡି ସ୍କୁଲ ଖେଳ ପଡିଆଠାରେ ମା ପେଣ୍ଡ୍ରାଣୀ କ୍ରିକେଟ କମିଟି ଦ୍ଵାରା ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚ କର୍ସାହାଣ୍ଡି ଓ କଲେଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କର୍ସାହାଣ୍ଡି ଟଚ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ୭୦ ରନ ସଂଗ୍ରହ କରିଥିଲା । କଲେଗାଁ ୬ ଓଭରରେ ଦୁଇ ୟୁକେଟ ହରାଇ ୭୧ ରନର କରି ଟୁର୍ନାମେଣ୍ଟ ବିଜୟୀ ହୋଇଛି। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଝରିଗାଁ ବିଧାୟକ ନରସିଂ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ, ପ୍ରସନ୍ନ ମାଝୀ, ହରିପ୍ରୀୟା ପାଣ୍ଡେ, ପଦନାଭ ପାଣ୍ଡେ, ପ୍ରଫୁଲ୍ଲ ପାଣ୍ଡେ, ଅନିଲ ଜୈନ୍, ଯୋଗେନ୍ଦ୍ର ପାଣ୍ଡେ, କୈଳାଶ ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଜେତା ଦଳକୁ ୨୪ହଜାର ୪୦୦ଟଙ୍କା ଓ ଉପ ବିଜେତା ଦଳକୁ ୨୦ ହାଜର ଟଙ୍କା ସହିତ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ । ମା ପେଣ୍ଡ୍ରାଣୀ କ୍ରିକେଟ କମିଟିର ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
