କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଦୁର୍ଘଟଣାର ବ୍ଲାକସ୍ପଟ ପାଲଟିଛି ଏନ୍ ଏଚ ୨୬। ପ୍ରତିଦିନ ଦୁର୍ଘଟଣା ଘଟି ଯାଉଛି ଅନେକ ମୂଲ୍ୟବାନ ଜୀବନ, ଦୋଷ କାହାର ଜଣା ପଡୁନାହିଁ। ବଡ଼ ଗାଡ଼ି ଚଳାଉଥିବା ଡ୍ରାଇଭର ନା’ ଛୋଟ ଗାଡ଼ି ଚଳାଉଥିବା ମଟର ସାଇକଲ ଚାଲକ ର। ଦୁର୍ଘଟଣା ଘଟୁଛି ଲୋକେ ମରୁଛନ୍ତି ପ୍ରଶାସନ ଓ ଗାଡ଼ି ଦୁର୍ଘଟଣା ଘଟାଇଥିବା ମାଲିକ କିଛି ଅନୁକମ୍ପା ରାଶି ପ୍ରଦାନ କରି ସବୁ ଶେଷ ହୋଇଯାଉଛି । ସୋମବାର ଦିନ ସ୍ଥାନୀୟ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ ଗାଡ଼ି ଜଣେ ୨୫ ବର୍ଷୀୟ ଯୁବକକୁ ପିଟି ଦେବାରୁ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଣି ୨୪ ଘଣ୍ଟା ନ ପୁରୁଣୁ ଆଜି କେସିଙ୍ଗା ବ୍ଲକ ବୋରିଆ ଗ୍ରାମ ଏନ୍ ଏଚ ୨୬ ଉପରେ କେଗାଁ ଥାନା ଚିକିଲିଲୁହା ମାଟିଆ ଗ୍ରାମର ପୁଷ୍ପା ବାଗ ( ୪୭ ) ଙ୍କୁ ଏକ ଟ୍ରକ ପିଟି ଦେଇଥିବାରୁ ଘଟଣା ସ୍ଥଳରେ ପୁଷ୍ପା ଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ କହିବା ଅନୁସାରେ ପୁଷ୍ପା କୌଣସି ଜମି ବାଡ଼ି କାମ ପାଇଁ ସ୍ଥାନୀୟ ତହସିଲ ଅଫିସ କୁ ଆସି କାମ ସାରି ସ୍କୁଟି ଯୋଗେ ଫେରିଲା ବେଳେ ଦୁର୍ଘଟଣା ଘଟିଛି। ଶୁଣିବାକୁ ମିଳୁଛି ସ୍କୁଟିରେ କୁଆଡେ ତିନି ଜଣ ବସିଥିଲେ, ଆଉ ଜଣଙ୍କର ହାତ ଭାଙ୍ଗିବା ସହିତ ଆହତ ହୋଇଥିବା ଜଣାପଡିଛି। ପୁଣି ଥରେ କାଲି ଭଳି ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ନିଆଁ ଜାଳି ରାସ୍ତା ରୋକ କରିଥିଲେ। ଫଳରେ ଏନ୍ ଏ ଚ ୨୬ ଦୁଇ କଡ଼ରେ ଦୁଇ ପଟେ ଶହ ଶହ ସଂଖ୍ୟାରେ ଗାଡ଼ି ମଟର ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଓ ପୋଲିସ ର ଉଚ୍ଚ ପଦସ୍ଥ ଅଧିକାରୀ ପରିବାର ବର୍ଗ ଙ୍କୁ ବୁଝା ଶୁଝା କରୁଥିବା ଦେଖା ଯାଇଥିଲା।ପରେ ଦୀର୍ଘ ୫ ଘଣ୍ଟା ପରେ ଟ୍ରକ୍ ମାଲିକ ପ୍ରଶାସନ ଓ ମୃତକଙ୍କ ପରିବାର ମଧ୍ୟରେ ଆଲୋଚନା ପରେ ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିଲା।
