ଖାତିଗୁଡ଼ା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନାରେ ନୂତନ ଥାନାଧିକାରୀ ଭାବେ ବିରେନ୍ଦ୍ର ବାଘ ଯୋଗ ଦେଇଛନ୍ତି। ସେ ପୂର୍ବରୁ ବରଗଡ଼ ଜିଲ୍ଲା ପାଇକ ମାଳରେ କାର୍ଯ୍ୟରତ ଥିଲେ। ଖାତିଗୁଡ଼ା ଥାନାରେ ଥିବା ଆଇ ଆଇ ସି ହରିଶ୍ ଗୋଲରିଙ୍କୁ ନବରଙ୍ଗପୁର ମୁଖ୍ୟ କାର୍ଯ୍ୟଳୟକୁ ବଦଳୀ କରାଯାଇଥିବା ସୂଚନା ମିଳିଛି। ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ ବିରେନ୍ଦ୍ର ବାଘ କହିଛନ୍ତି ଅପରାଧ ରୋକିବା, ଯାନ ବାହାନ ଯାଞ୍ଚ,  ମଦ୍ୟପଙ୍କ ଉତ୍ପାଦ ବନ୍ଦ, ଦୃତ ଗାଡ଼ି ଚାଳନା ରୋକିବାକୁ ପଦକ୍ଷେପ ନେବେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସଡ଼କ ନିରାପତ୍ତା ସଚେତନତାକୁ ନିଶା ଦ୍ରବ୍ୟ ନେଇ ସଚେତନତା କାର୍ଯ୍ୟକ୍ରମ କରିବେ ବୋଲି ସୂଚନା ଦେଇଛନ୍ତି।