ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସାଲେପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୫ ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ସମ୍ମାନିତ ଅତିଥି ମ.ରାମପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠି, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟସେନ ନିଆଲ ମହାଶକ୍ତି ଫାଉଣ୍ଡେସନ ମ. ରାମପୁର ସଂଯୋଜିକା ଭାଗ୍ୟଶ୍ରୀ ରାଉତ, ସାଲେପାଲି ପଞ୍ଚାୟତ ନାଏବ ସରପଞ୍ଚ ଲୟ ଭୋଇ, ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଜମି ଦାତା ପରମାନନ୍ଦ ସାହୁ ଓ ଜଗୁ ସାହୁ, ବିଦ୍ୟାଳୟ ହିତାକାଂକ୍ଷୀ ମୁରଲୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୂପିନ୍ଦ୍ର ମାଝୀ, ମୁଡିଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନିଲ ପଧାନ, ଦୁଟା ଗ୍ରାମର ୱାର୍ଡ ମେମ୍ବର ଭରତ ଚନ୍ଦ୍ର ସାହୁ, ବିପିନ ସାହୁ, କମ୍ବୁ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ତଥା ବିଦ୍ୟାଳୟ ର ଉନ୍ନତି ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ।ବାର୍ଷିକ ଉତ୍ସବ ଅତିଥି ସମ୍ଭାଷଣ କାର୍ଯ୍ୟକ୍ରମ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ଆରମ୍ଭ ହୋଇ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ ପ୍ରଧାନଶିକ୍ଷକ ଅରୁଣ କୁମାର ସାହୁ ପାଠ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଟଙ୍କଧର ରଣା, ରାମଚନ୍ଦ୍ର ସେଠି, ସୁନୀଲ ପଧାନ, ଚକ୍ରଧର ମାଝୀ, ତିଳ ଭୋଇ, ଶଙ୍କର ସାହୁ, କିଷାନ ସୁନା ସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଗଣ ଓ ଡୋଲମଣୀ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ସିଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
