ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳର ଆହ୍ଵାନ କ୍ରମେ ଆଜି ମ,ରାମପୁର ବ୍ଲକ୍ କଂଗ୍ରେସ ଦଳ ପକ୍ଷରୁ ମନରେଗା ବଞ୍ଚାଅ ସଂଗ୍ରାମ ଅନୁଷ୍ଠିତ ହୋଇ ଯାଇଛି। ମନରେଗା କେବଳ ଏକ ଯୋଜନା ନୁହେଁ ବରଂ ନିଶ୍ଚିତ କର୍ମ ଅଧିକାରର ଏକ ବିଚାର ଅଟେ ବୋଲି କଂଗ୍ରେସ ଦଳର କର୍ମୀମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବ୍ଲକ୍ କଂଗ୍ରେସ ସଭାପତି ରୁଦ୍ର ପ୍ରସାଦ ସିଂହଙ୍କ ନେତୃତ୍ୱ ତଥା ଜିଲ୍ଲା କଂଗ୍ରେସ ସଭାପତି ଜନନ୍ଧର ନାଏକ, ଜିଲ୍ଲା ନେତୃତ୍ୱ ଉଛବ ସାହୁ, ସୁବାସ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରିଥିଲେ। ଏଥିରେ ମ,ରାମପୁର ବ୍ଲକ୍ କଂଗ୍ରେସର ବରିଷ୍ଠ ନେତା ଚମରା ବଗର୍ତ୍ତି, ଆଦିବାସୀ ନେତା ପ୍ରକାଶ ଚନ୍ଦ୍ର ମାଝୀ, ମ, ରାମପୁର ପୂର୍ବତନ ସରପଞ୍ଚ ଚିତ୍ତ ରଂଜନ ବାଗ, ରଶ୍ମି ରଂଜନ ପ୍ରହରାଜ, ସାଲେପାଲି ପୂର୍ବତନ ସରପଞ୍ଚ ମୁରଲୀ ସାହୁ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।
