କବି ସ୍ବର୍ଗତ ରାଜେନ୍ଦ୍ର ପାଢ଼ୀଙ୍କ ବିୟୋଗରେ ଶୋକ ସଭା

ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ତଥା ମ, ରାମପୁର କଲେଜର ଅବସରପ୍ରାପ୍ତ ଅଧ୍ୟାପକ ସ୍ବର୍ଗତ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ବିୟୋଗରେ ଏକ ଶୋକ ସଭା ମ, ରାମପୁର ଯୁଗଯାତ୍ରୀ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶୋକ ସଭାରେ ସମ୍ପାଦକ ପ୍ରାରମ୍ଭିକ ସୂଚନା ଦେବା ସହିତ ସଭା ପରିଚାଳନା କରିଥିଲେ। ପ୍ରାରମ୍ଭରେ ସ୍ବର୍ଗତ ପାଢ଼ୀଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା ପରେ ତାଙ୍କ ର ଆମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସହ ସଂପାଦକ ପରମାନନ୍ଦ ବିଶି, ବରିଷ୍ଠ ସଦସ୍ୟ ପବନ ମହାଲିକ, ସୁଶାନ୍ତ ମିଶ୍ର, ରଜନୀକାନ୍ତ ମହାଖୁଡ, ସତ୍ୟ ନାରାୟଣ ସାହୁ, ସାମ୍ବାଦିକ ଉଦ୍ଧବ ପଣ୍ଡା, ସଦସ୍ୟ ଜଳେଶ୍ଵର ହେ ଉପସ୍ଥିତ ରହି ନିଜ ନିଜ ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।