କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାରାୟଣପୁର ପଞ୍ଚାୟତର ଦଳୀୟ ସଭାପତି ଲକ୍ଷ୍ମୀ ନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧବ ହିକକା ଯୋଗଦେଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ତଥା ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ଆପୁଲୁସ୍ୱାମୀ କାଡ୍ରାକା, ପୂର୍ବତନ କଂଗ୍ରେସ ଦଳର ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲା କଂଗ୍ରେସ ଦଳର ସମ୍ପାଦକ ଶଙ୍କର ଶରଣ ମଙ୍ଗରାଜ, ବ୍ଲକ ସଭାପତି ଚିନ୍ତାଲି ନାଗେଶ ରାଓ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, କଲ୍ୟାଣସିଂହପୁର ସରପଞ୍ଚ ଗୌତମ ବାର୍ଲି ପ୍ରମୁଖ ମଞ୍ଚାସିନ ରହିଥିଲେ। ଏଥିରେ ନାରାୟଣ ପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନସିଂ ତିମାକା, ନରେନ୍ଦ୍ର କୌଶଲ୍ୟା, ଭିକ କରକରିଆ,ରୁପେଶ କୌଶଲ୍ୟା, ଦିଲ୍ଲୀପ ଭତ୍ରା, ସୁବାଷ ତିମାକାଙ୍କ ନେତୃତ୍ୱରେ ୭ଖଣ୍ଡ ଶିରିପୁର, ସାନତୋଡ୍ରା, ବଡ଼ ତୋଡ୍ରା, ଖଟଗନ୍ଥା, କେନ୍ଦୁଗୁଡା, ତଳରମ୍ଭା, ସାନ କୁଆଙ୍ଗ, ମୁତୁକୁଣି ଗ୍ରାମର ପ୍ରାୟ ୧୦୦ ରୁ ଅଧିକା ଲୋକ ମିଶିଥିଲେ। ଏହି ମାନେ ବିଜେଡି ଓ ବିଜେପି ଦଳୀୟ କର୍ମୀ ମାନେ ଦଳ ଉପରେ ବିରକ୍ତ ହୋଇ କଂଗ୍ରେସର କାର୍ଯ୍ୟ କଳାପ ଉପରେ ସନ୍ତୁଷ୍ଟ ହୋଇ ମିଶିଥିବା କହିଥିଲେ। ଏଥିରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ।
